ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେନି ବିଜେପି ବିଧାୟିକା ||

0 54

ଭୁବନେଶ୍ୱର(ଡୁମାଣି ବ୍ୟୁରୋ): ବିଜେପି ବିଧାୟିକା ଶୋଭା ରାନୀ ବିଜେପିର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିବାର କଥା ସାମ୍ନାକୁ ଆସିଛି ।ସେପଟେ ରାଜସ୍ଥାନର ଢ଼ୋଲପୁରର ବିଧାୟିକା ଶୋଭା ରାନୀ ଦୀର୍ଘ ଦିନ ଧରି ବିଜେପି ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବାର ନଜର ଆସିଥିଲା । ଅନ୍ୟପକ୍ଷରେ, ଗଢ଼ୀରୁ ବିଧାୟକ ଥିବା କୈଳାସ ମୀନା ଦଳର ଏଜେଣ୍ଟଙ୍କ ବଦଳରେ ଅନ୍ୟ କାହାକୁ ନିଜର ଭୋଟ୍ ଦେଖାଇଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ କଂଗ୍ରେସ ଅଭିଯୋଗ ଆଣିଛି। ଉଭୟ ବିଧାୟକ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଦଳ ଭିତରେ ଚାଲିଥିବା କନ୍ଦଳ ପାଇଁ ଏପରି ହୋଇଛି ବୋଲି କୁହାଯାଉଛି ।

Leave A Reply

Your email address will not be published.