ନରମିଲା ଚୀନ୍‌ର ସ୍ୱର!ଭାରତ ସହ ଉତ୍ତମ ସମ୍ପର୍କ ଜରୁରୀ ||

0 66

ସିଙ୍ଗାପୁର : ବଦଳିଛି ଚୀନ୍‌ର ସ୍ୱର । ଏଲଏସିରେ ଜାରି ଗତି ରୋଧରେ ଭାରତ ସହ ଭଲ ସମ୍ପର୍କ ଜରୁରୀ ବୋଲି କହିଛି ଚୀନ୍ । ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗ ଭାରତ ଓ ଚୀନ ପଡୋଶୀ, ଏଣୁ ପାରସ୍ପାରିକ ସୁ ସମ୍ପର୍କ କାୟମ
ରଖିବା ସେମାନଙ୍କ ଲାଗି ଜରୁରୀ ବୋଲି ରବିବାର କହିଛନ୍ତି । ସେ କହିଛନ୍ତି ଯେ ଉଭୟ ଦେଶ ଶାନ୍ତି ଲାଗି ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ମିଳିତ କାର୍ଯ୍ୟ କରୁଛନ୍ତି ।ସାଙ୍ଗରୀ-ଲା ଡାୟଲଗକୁ ସମ୍ବୋଧିତ କରି ଚୀନ୍ ପ୍ରତିରକ୍ଷାମନ୍ତ୍ରୀଦକ୍ଷିଣ ଚୀନ ସାଗର ସମେତ ସବୁ ଆଞ୍ଚଳିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆହ୍‌ୱାନ କରିଛନ୍ତି । ଭାରତ ସହିତ ଏଲଏସି ସଂଘର୍ଷ ସମ୍ପର୍କରେ ସୂଚିତ କରି ୱେଇ ଫେଙ୍ଗ କହିଛନ୍ତି ଯେ ଭାରତ ସହିତ ଆମେ ୧୫ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା କରିସାରିଲୁଣି । ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ସ୍ଥାପନା ଲାଗି ଆମେ
ମିଳିତ କାମ କରୁଛୁ । ଆମେରିକୀୟ ଥିଙ୍କ ଟ୍ୟାଙ୍କ ବ୍ରୁକିଙ୍ଗସ୍‌ ଇନିଷ୍ଟେଚ୍ୟୁସନରେ ” ଦି ଇଣ୍ଡିଆ
ପ୍ରୋଜେକ୍ଟସ’ ନିର୍ଦ୍ଦେଶକ ଡା. ତନ୍‌ୱୀ ମଦାନଙ୍କ ପ୍ରଶ୍ନର ଜବାବରେ ସେ ଏହା କହିଛନ୍ତି ।ତେବେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ଉପରେ ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ଆମେରିକା ପ୍ରଶାନ୍ତ-ଏସିଆ କ୍ଷେତ୍ରର ଦେଶଙ୍କୁ ବେଜିଂ ବିପକ୍ଷରେ କରିବା ପାଇଁ ଚୀନ୍ ସମର୍ଥନକୁ ହାଇଜ୍ୟାକ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି । ତେବେ ଚୀନ ସଶସ୍ତ୍ର ବଳଙ୍କ କ୍ଷମତା ଓ ସଂକଳ୍ପକୁ କେହି କମ୍ ଆଙ୍କିବା ଉଚିତ ନୁହେଁ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସେହିପରି ଚୀନ୍‌କୁ ବିପଦ ଓ ଶତ୍ରୁ ମନେ କରିବା ଐତିହାସିକ ଓ ରଣନୈତିକ ଭୁଲ ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି । ଚୀନ୍‌ ଓ ଆମେରିକାଙ୍କ ସ୍ଥିର ସମ୍ପର୍କ ଉଭୟ ଦେଶ ସମେତ ବାକି ବିଶ୍‌ୱ ଲାଗି ହିତକର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.