ପ୍ରଧାନମନ୍ତ୍ରୀ ଙ୍କୁ ଗାଳି ଦେବା ପଡିଲା ମହଙ୍ଗା , ରୁଜୁ ହେଲା ମାମଲା ||

0 68

ଜୁନ୍ ୧୩ ରେ ନାଗପୁରର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ କାର୍ଯ୍ୟାଳୟ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ବେଳେ, କଂଗ୍ରେସର ପୂର୍ବତନ ସଭାପତି ଶେଖ ହୁସେନ୍ ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦରେ ଗାଳି ଦେଇଥିବା ଦେଖିବାକୁ ମିଳିଥିଲା | ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ନେତାଙ୍କ ଅଭିଯୋଗ ଆଧାରରେ ହୁସେନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪ (ଅଶ୍ଳୀଳ କାର‌୍ୟ୍ୟ ଏବଂ ଗୀତ) ଏବଂ ୫୦୪ (ଶାନ୍ତି ଉଲ୍ଲଂଘନ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଅନୁଯାୟୀ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇ ନାହିଁ । ତେବେ ହୁସେନ୍ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପମାନଜନକ କଥା କହି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କ୍ଷମା ମାଗିବେ ନାହିଁ । ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ ଆକ୍ରମଣ କରି ନାହିଁ ବୋଲି ହୁସେନ୍ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ମୁଁ କେବଳ ମୋ ଭାଷଣରେ ଏକ ମୂର୍ଖ ଶବ୍ଦ ବ୍ୟବହାର କରିଥିଲି । ମୁଁ ଦଳ ସପକ୍ଷରେ କହିଥିଲି। ମୁଁ କ୍ଷମା ମାଗିବା ଆବଶ୍ୟକ କରୁଥିବା କିଛି କହି ଶବ୍ଦ ନାହିଁ।

Leave A Reply

Your email address will not be published.