ମୌସୁମୀ ଦୁର୍ବଳ: ଚାଷୀଙ୍କୁ ଭରସା କାଳବୈଶାଖୀ

0 64

ଭୁବନେଶ୍ୱର, ୧୯ା୬(ଡିକେ ନ୍ୟୁଜ): ଓଡିଶା ଛୁଇଁବା ପରେ ଦୁର୍ବଳ ହୋଇଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିଲେ ମଧ୍ୟ ମୌସୁମୀକୁ ଅଧିକ ସକ୍ରିୟ କରାଇବାରେ ସକ୍ଷମ ହେଉନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ କେବଳ
କାଳବୈଶାଖୀ କରାଇବାରେ ସକ୍ଷମ ହେଉଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହେବା ନେଇ ପାଗ ଅନୁକୂଳ ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପୁରା ଓଡ଼ିଶାକୁ କେବେN ମୌସୁମୀ ଛୁଇଁବ ସେ ନେଇ କୌଣସି ଆକଳନ କରାଯାଇ ପାରୁନାହିଁ । କାରଣ ଓଡ଼ିଶା ଛୁଇଁଥିଲେ ମଧ୍ୟ ଏବେ ବି ମନସୁନ୍‌ ଟ୍ରାପ୍ ସକ୍ରିୟ ହେଉନାହିଁ । ୧୬ ତାରିଖରେ ଦକ୍ଷିଣ ଓଡ଼ିଶା ଛୁଇଁଥିବା ବେଳେ ୩ ଦିନ
ହେବ ଦୁର୍ବଳ ହୋଇଛି । ଫଳରେ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇନାହିଁ । ସେପଟେ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲା ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖରେ କାଳବୈଶାଖୀ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୨୨, ୨୩ ଏବଂ
୨୪ ତାରିଖରେ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତବର୍ଷ ମଧ୍ୟ ଓଡ଼ିଶା ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା । ବର୍ଷା ସ୍ୱାଭାବିକ ହୋଇଥିଲେ ମଧ୍ୟ ସଠିକ୍ ସମୟରେ ହୋଇନଥିଲା । ଚଳିତ ବର୍ଷା ବି ସମାନ ସ୍ଥିତି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.