ରୋମ୍‌ରେ ନବୀନ, ପାଛୋଟି ନେଲେ ଭାରତୀୟ ରାଷ୍ଟ୍ରଦୂତ

0 60

ଭୁବନେଶ୍ୱର, ୨୦ା୬(ଡିକେ ନ୍ୟୁଜ): ରୋମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍‌ରେ ପହଞ୍ôଚବା ପରେ ତାଙ୍କୁ ଆଜି ସାକ୍ଷାତ କରିଛନ୍ତି ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡ.ନୀନା ମାଲହୋତ୍ରା । ଆଜି ଦିଲ୍ଲୀରୁ ୪.୧୫ ମିନିଟ୍‌ରେ ରୋମ୍‌ ବାହାରିଥିଲେ । ‘ଜୟ ଜଗନ୍ନାଥ’ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ତାଙ୍କର ୧୦ଦିନିଆ ବିଦେଶ ଗସ୍ତ । ରୋମ୍‌ରେ ମୁଖ୍ୟମନ୍ତ୍ରୀ ଡବ୍ଲ୍ୟୁଏଫ୍‌ପି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଭିଡ୍ ଭେସଲୀଙ୍କୁ ଭେଟିବେ । ଏଥିସହିତ ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ରୋମ୍ ଗସ୍ତର ଫୋକସ୍‌ରେ ରହିଛି ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ସଫଳତା । ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପିତ କରିବେ ମୁଖ୍ୟମନ୍ତ୍ରୀ । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ରାଜ୍ୟରୁ ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ଯୋଗଦାନ ରହିଛି । ୧୯୯୯ ମହାବାତ୍ୟାରେ ରାଜ୍ୟର ପ୍ରଭୂତ କ୍ଷୟକ୍ଷତି ହୋଇଥିଲା । ବର୍ତ୍ତମାନ କିନ୍ତୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପାଇଁ ମଡେଲ ଭାବେ ପରିଗଣିତ ହେଉଛି । ଯାହାକୁ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି । ବର୍ତ୍ତମାନ ବିଶ୍ୱରେ ଖାଦ୍ୟ ସଂକଟ ଦେଖାଦେଇଥିବା ବେଳେ ବିଶେଷକରି ୟୁକ୍ରେନ୍ ଯୁଦ୍ଧ ସମସ୍ୟାକୁ ଉତ୍କଟ କରିଦେଇଛି । ଏଭଳି ସ୍ଥିତିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡାଭିଡ୍ ବିସ୍‌ଲି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ । ତାଙ୍କ ଅବସ୍ଥାନ କାଳରେ ଭାଟିକାନ୍‌ସିଟି ଯାଇ ପୋପ ଫ୍ରାନ୍ସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୋପ୍‌ଙ୍କୁ ଭେଟିବାରେ ନବୀନ ହେବେ ଭାରତର କୌଣସି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ରୋମ୍‌ରେ ରହଣୀ ସମୟରେ ୟୁରୋପ୍‌ରେ ଥିବା ବିଭିନ୍ନ ପ୍ରବାସୀ ଓଡ଼ିଆଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଓଡ଼ିଶାର କଳା ଓ ଐତିହ୍ୟର ବିକାଶ ପାଇଁ ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିବେ । ରୋମ୍ ପରେ ନବୀନ ଦୁବାଇ ଗସ୍ତରେ ଯାଇ ମଧ୍ୟପ୍ରାଚ୍ୟ ଅଞ୍ଚଳର ନିବେଶକାରୀଙ୍କୁ ଭେଟିବେ । ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ସହଯୋଗ ନେଇ ପ୍ରତିଶ୍ରୁତିବଦ୍ଧ ଥିବା ବିଷୟରେ ଅବଗତ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ତାଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ, ଖାଦ୍ୟଯୋଗାଣ ବିଭାଗର ସଚିବ ଓ ଶିଳ୍ପ ସଚିବ ମଧ୍ୟ ବିଦେଶ ଗସ୍ତରେ ଯାଇଛନ୍ତି । ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ । ସେହିଦିନ ରାତିରେ ହିଁ ସେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ରୋମ୍ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.