ସାରା ଓଡ଼ିଶା ଛୁଇଁଲା ମୌସୁମୀ

0 73

ଭୁବନେଶ୍ୱର, ୨୦ା୬(ଡିକେ ନ୍ୟୁଜ): ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ଜୁନ୍ ୧୬ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ଥିଲା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି ସଂକ୍ରାନ୍ତରେ ଜାରି ବିବୃତିରେ ଆଜି ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ମଧ୍ୟପ୍ରଦେଶର
ଅଧିକାଂଶ ଅଞ୍ଚଳ, ଛତିଶଗଡ଼ ଓ ଉତ୍ତରପଶ୍ଚିମ ବେଙ୍ଗୋପସାଗରର ବାକି ଅଞ୍ଚଳ, ସମଗ୍ର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ଓ ବିହାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶର କିଛି ଅଞ୍ଚଳକୁ ବ୍ୟାପି ଯାଇଛି । ଗତକାଲି ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା । କିଛି ସ୍ଥାନରେ ୭ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ଆଜି ପାଇଁ ଅତି ପ୍ରବଳ ବର୍ଷା ନେଇ ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ମୟୁରଭଞ୍ଜକୁ
ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେହିପରି ଆଗାମୀ ପାଞ୍ଚଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୨୧ ତାରିଖ ପାଇଁ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗସିଂହପୁର, ଖୋର୍ଦ୍ଧା ଓ ଢେଙ୍କାନାଳ ଜଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୨ ତାରିଖ ପାଇଁ କୋରାପୁଟ, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ପୁରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୩ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ ପାଇଁ ସତର୍କ ସୂଚନା
ଜାରି କରାଯଇଥିବା ବେଳେ ୨୪ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖ ପାଇଁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼,ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା
ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.