ସବୁ ଧର୍ମକୁ ସମାନ ଅଧିକାର : ନବୀନ ପଟ୍ଟନାୟକ

0 74

ଭୁବନେଶ୍ୱର, ୨୧ା୬ (ଡିକେ ନ୍ୟୁଜ୍‌): ସବୁ ଧର୍ମକୁ ସମାନ ଅଧିକାର ।m ଧର୍ମନିରପେକ୍ଷତାରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧର୍ମକୁ ନେଇ ରାଜନୀତିକୁ ପ୍ରୋତ୍ସାହନ ଦିଅନ୍ତି
ନାହିଁ । ଯେଉଁଥିପାଇଁ ଗୋଟିଏ ସମୟରେ ବିଜେପି ସହ ବିଜେଡି ମେଣ୍ଟ ଭାଙ୍ଗି ଏକାକି ନିର୍ବାଚନକୁ ଓହ୍ଲାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ଼ ଭକ୍ତି ଥିବା ନବୀନ ଧର୍ମକୁ ନେଇ କେବେ ରାଜନୀତି କରନ୍ତି ନାହିଁ । ଯେଉଁଥିପାଇଁ ଓଡ଼ିଶାରେ ବଜାୟ ରହିଛି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ । ପୋପ୍ ଫ୍ରାନ୍‌ସିସ୍‌କୋଙ୍କ ସହ ନବୀନଙ୍କ ସାକ୍ଷାତ ଧର୍ମନିରପେକ୍ଷତାର ଆଉ ଏକ ବଳିଷ୍ଠ ପ୍ରମାଣ । ସେହିଭଳି ରୋମ୍ ସହ ରହିଛି ଓଡ଼ିଶାର ସାଂସ୍କୃତିକ ଓ ଐତିହ୍ୟର ସାମଞ୍ଜସ୍ୟ । ଇଟାଲୀ, ଗ୍ରୀସ୍ ସମେତ ୟୁରୋପ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶରେ ସହଯୋଗର ଆହ୍ୱାନ ଦେବେ ମୁଖ୍ୟମନ୍ତ୍ରୀ । କ୍ଷୁଧାମୁକ୍ତିରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ । ଓଡ଼ିଶାର ଏହି ସଫଳତାର କାହାଣୀ ଏବେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ନୂଆ ଦିଗ୍‌ଦର୍ଶନ ହେବ । ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ଏଥିନେଇ ନିଜ ଅନୁଭୂତି ବିଶ୍ୱଦରବାରରେ ରଖିବେ । ଏବେ କ୍ଷୁଧାମୁକ୍ତି ପରେ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ । ସେହିଭଳି ରାଜ୍ୟରେ ପୁଞ୍ଜିନିବେଶର ବ୍ୟାପକ ସୁଯୋଗ ରହିଛି । ଦୁବାଇରେ ପୁଞ୍ଜିପତି ସମ୍ମିଳନୀରୁ ରାଜ୍ୟକୁ ବିଦେଶୀ ପୁଞ୍ଜିନିବେଶ ଆସିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ । ଧର୍ମନିରପେକ୍ଷତା ସାଙ୍ଗକୁ ବିଶ୍ୱ ଦରବାରରେ ଓଡ଼ିଶା ସଫଳତାର କାହାଣୀ ବଖାଣିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.