ପୁଞ୍ଜି ନିବେଶ: ଶୀର୍ଷରେ ଓଡ଼ିଶା

0 63

ଏହି ଲେଖା ପ୍ରକାଶ ହେବାବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଦେଶ
ଗସ୍ତ କ୍ରମରେ ରୋମ ଯାଇ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରିଥିବେ ।
ଯେଉଁଥିରେ ଓଡ଼ିଶାର ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମର ସଫଳତାର କାହାଣୀ ସହ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ରଣନୀତି ଓ ଫସଲ ଉତ୍ପାଦନରେ ବଳକା ରାଜ୍ୟ ହେବା ସମ୍ପର୍କରେ ତଥ୍ୟ ରଖିବେ । ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ପରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଦୁବାଇରେ ଅନୁଷ୍ଠିତ ହେଉଥିବା ନିବେଶଷ ସମ୍ମିଳନୀରେ ଯୋଗ ଦେବେ । ଯେଉଁଥିରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମିଡିଲ ଇଷ୍ଟ ନିବେଶେକଙ୍କ ସହ ଆଲୋଚନା ରହିଛି । ଓଡିଶା ଶିଳ୍ପ ସମୃଦ୍ଧ ହେବା ଦିଗରେ ଏହି କାର୍ଯ୍ୟକ୍ରମ ଭିତରେ ଅନେକ ବିଦେଶ ଶିଳ୍ପପତି ତଥା ପୁଞ୍ଜି ଉଦ୍ୟୋଗୀଙ୍କ ସହ କାର୍ଯ୍ୟକ୍ରମ ରହିଛି । ଦଶଦନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ସାକ୍ଷାତ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି. ଯାଦବ ଓ ଦିଲ୍ଲୀସ୍ଥିତ ଓଡ଼ିଶାର ଆବାସିକ ଆୟୁକ୍ତ ରବିକାନ୍ତ ପ୍ରମୁଖ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୧୨୧୮.୦୧ କୋଟି ଟଙ୍କା ମୂଲ୍ୟରେ ୧୦ଟି ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଆଉ ୩ଟି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ରାଜ୍ୟ ସରକାରଙ୍କର ୫- ଟି ଉପକ୍ରମ ପାରଦର୍ଶିତା, ପ୍ରଯୁକ୍ତି ବିଦ୍ୟା, ମିଳିତ ପ୍ରୟାସ, ସମୟ ଓ ରୂପାନ୍ତରଣ ଦ୍ରୁତ ଶିଳ୍ପ ଅଭିବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିପାରିଛି । ଏହାଦ୍ୱାରା ଶିଳ୍ପ ଆଧାରିତ ପରିବେଶ ଉତ୍ପାଦର ମୂଲ୍ୟ ବୃଦ୍ଧି, ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି,
ରାଜସ୍ୱ ଆୟ ବୃଦ୍ଧିରେ ସହାୟକ ହେଉଛି । ଓଡ଼ିଶାକୁ ପୁଞ୍ଜି ନିବେଶର ଶ୍ରେଷ୍ଠ ସ୍ଥଳରେ ପରିଣତ କରିବା ଦିଗରେ ଶିଳ୍ପ ବିଭାଗର ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ସୂଚନାଥାଉକି ୭୬.୯୭ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ତିନିଟି ଶିଳ୍ପ ପ୍ରକଳ୍ପ ଶିଳ୍ପାନ୍ୟାସ କରାଯାଇଥିବା ଦଶଟି ପ୍ରକଳ୍ପର ମୂଲ୍ୟ ୧୧୪୧.୦୪ କୋଟି ଟଙ୍କା ହେବ । ଏହି ସ୍ୱତନ୍ତ୍ର ପ୍ରକଳ୍ପରେ ୩୩୯୦ ଜଣ କର୍ମ ସଂସ୍ଥାନ ପାଇବେ ଯେଉଁଥିରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପେପର ପ୍ୟାକେଜିଂ, ମାନୁଫାକଚରିଂ,
ପଲିମର, ପ୍ଲାଷ୍ଟିକ ଶିଳ୍ପ ପରି ବିଭାଗ ରହିଛି । ଧାତୁ, ଖଣିଜରୁ ନେଇ ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଦ୍ରୁତ ବିକାଶଶୀଳ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି । ଶିଳ୍ପ ବିକାଶ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସହଜରେ
ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଅର୍ଥନୈତିକ ଓ
ସାମାଜିକ ବିକାଶ ହାସଲ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଛନ୍ତି । ପରିଣାମ ସ୍ୱରୂପ କୋଭିଡ଼ ମହାମାରୀ ପରିଚାଳନାରେ ଓଡ଼ିଶା ସଫଳତାର ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିଛି । ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ
ଶିଳ୍ପ ସଂସ୍ଥାଙ୍କ ସହଯୋଗରେ ଆମେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ତରଳ ମେଡ଼ିକାଲ ଅମ୍ଳଜାନ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ଯୋଗାଇ ପାରିଥିଲୁ । ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା କୋଭିଡ଼ ମହାମାରୀର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଏବଂ ଅନେକ ସମସ୍ୟାକୁ ପ୍ରତିହତ କରି ରାଜ୍ୟ ସରକାର ଏକ ସଶକ୍ତ ଓଡ଼ିଶା ନିର୍ମାଣ ଦିଗରେ ଅଗ୍ରସର ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଳ୍ପ ସଂସ୍ଥା ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ୨୦୨୦ ପରଠାରୁ ଏହା ହେଉଛି ୭ମ
ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ । ୩୦ ହଜାର କୋଟି ଟଙ୍କାର ଶିଳ୍ପାୟନ ସହିତ ୪୦ ହଜାର ଲୋକଙ୍କୁ ରୋଜଗାର ଦେବା ପାଇଁ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଏ କ୍ଷେତ୍ରରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ତଥା ସୁଦକ୍ଷ କର୍ତ୍ତବ୍ୟନିଷ୍ଠ ପ୍ରଶାସକ ଭି.କେ. ପାଣ୍ଡିଆନଙ୍କ ସହ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏମଏସଏମଇ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍‌ ପ୍ରମୁଖଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନ ରହିବ । ସୂଚନା ଅନୁସାରେ ଉଦଘାଟିତ ହୋଇଥିବା ଶିଳ୍ପ ପ୍ରକଳ୍ପ ମଧ୍ୟରେ କଟକ ଟାଙ୍ଗୀଠାରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ୬୧.୧୫ କୋଟି ଟଙ୍କା ବ୍ୟୟରେ ହର୍ଲିକ୍ସ ଓ ବୁଷ୍ଟ ଉତ୍ପାଦନ କରିବ । ଯେଉଁଥିରେ ୨୨୦ ଜଣ ଚାକିରୀ ପାଇବେ । ସେହିପରି ଏଣ୍ଟରଟେନମେଣ୍ଟ କିଙ୍ଗଡମ ପକ୍ଷରୁ ବରଗଡ଼ ଠାରେ ୧୨.୬୨ କୋଟି ଟଙ୍କା ବ୍ୟୟରେ ଏମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରାଯିବ ଏବଂ ଯେଉଁଥିରେ ୩୦ଜଣ ମଧ୍ୟ ଚାକିରୀ ପାଇବେ ।
ଖୋର୍ଦ୍ଧା ଠାରେ ଦଶରଥ ନାୟକ ମଲ୍ଟିପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ ୟୁନିଟ ପ୍ରତିଷ୍ଠା କରିବ । ଯେଉଁଥିରେ ୪୦ ଜଣଙ୍କୁ କାମ ମିଳିବ । ଅପରପକ୍ଷେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ମଧ୍ୟରେ ମେ ଫେୟାର ହୋଟେଲ ପକ୍ଷରୁ ୩୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଠାରେ ଏକ କନଭେନସନ ସେଣ୍ଟର ପ୍ରତିଷ୍ଠା କରାଯିବ । ଯେଉଁଥିରେ ୮୫୦ ଜଣ ଚାକିରୀ ପାଇବେ । ଝାରସୁଗୁଡ଼ା ଠାରେ ମାସ୍ ସ୍ପିରଟି ଲିମିଟେଡ ୨୦୪.୬୦ କୋଟି ଟଙ୍କା ବ୍ୟୟରେ ୩୬୦ କେଏଲପିଡି ଶସ୍ୟ ଆଧାରିତ ଡିଷ୍ଟିଲାରୀ ପ୍ଲାଣ୍ଟ ଏବଂ ୫ ମେଗାୱାଟ କ୍ଷମତା କୋଜେନେରେସନ ପ୍ଲାଣ୍ଟ ନିର୍ମାଣ କରିବ । ଯେଉଁଥିରେ ୧୮୫ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ପ୍ରଭାତ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ପକ୍ଷରୁ ପୁରୀରେ ୫ ତାରକା ହୋଟେଲ ରିସୋର୍ଟ ନିର୍ମାଣ ପାଇଁ ୧୩୫.୬୯ କୋଟି ଟଙ୍କା ବ୍ୟୟ ହେବ । ପ୍ରକଳ୍ପ ଶେଷ ହେଲେ ୩୫୦ ଲୋକ ଚାକିରୀ ପାଇବେ ବୋଲି କମ୍ପାନୀର ଗଣମାଧ୍ୟମ ସୂଚୀତ କରିଛି । ସେହିପରି ମୁଣ୍ଡଳି ଠାରେ କଟକ ଏଗ୍ରିଭେଟ ପ୍ରାଇଭେଟ ଲିମିଟେଡ ୧୧୨.୫୦ କୋଟି ବ୍ୟୟ କରି ଡିଷ୍ଟିଲାରୀ ପ୍ଲାଣ୍ଟ ନିର୍ମାଣ କରିବ । ସମ୍ବଲପୁର ମାନେଶ୍ୱର ଠାରେ ସମ୍ବଲପୁର ବାୟୋଫୁଏଲ୍ସ ପ୍ରାଇଭେଟ ଲିମିଟେଡ ୧୦୩ କୋଟି ଟଙ୍କା ବ୍ୟୟରେ ଇଥାନଲ ଏବଂ କୋ ଜେନେରେସନ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରି ୧୧୨ ଲୋକଙ୍କୁ ଚାକିରୀ ଦେବ । ସେହିପରି ବାଲେଶ୍ୱର ତୁନ୍ଦରା ଠାରେ ଗେଡ଼ର ମେରାଇନ ଏକସପୋର୍ଟ ଲିମିଟେଡ ୬୮.୧୧ କୋଟି ଟଙ୍କା ବ୍ୟୟରେ ଫିସ୍ ମିଲ ପ୍ରତିଷ୍ଠା କରିବା ସହିତ ୪୦୫ ଲୋକଙ୍କୁ ଚାକିରୀ ଦେବ । ଅନ୍ୟ ପ୍ରତିଷ୍ଠାନ ଭିତରେ ଗ୍ରୋୱେଲ ଫିଡ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ବାଲେଶ୍ୱର ଠାରେ ୬୫.୮୨ କୋଟି ଟଙ୍କା ବ୍ୟୟରେ ଚିଙ୍ଗୁଡ଼ି ଖାଦ୍ୟ କମ୍ପାନୀ, ଖୋର୍ଦ୍ଧାର ଜୟମଙ୍ଗଳ ଠାରେ ଗ୍ରିପ୍ ଷ୍ଟ୍ରାପିଂ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡ ୧୨.୫୦ କୋଟି ବ୍ୟୟର ଏକ ଷ୍ଟିଲ ଷ୍ଟ୍ରାପିଂ ୟୁନିଟ, ଯେଉଁଥିରେ ୬୮ ଜଣଙ୍କ କର୍ମ ସଂସ୍ଥାନ ପାଇବେ । ଅପରପକ୍ଷେ କଟକ ରାମଦାସପୁର ଠାରେ ଏଚଡ଼ିପିଏଫ ପାଇପ ଓ ପିଭିସି ପାଇପ ଉତ୍ପାଦନ
କେନ୍ଦ୍ର ପ୍ରତିଷ୍ଠା ପାଇଁ ଏମଜି ପ୍ଲାଷ୍ଟୋ ପ୍ରାଇଭେଟ ଲିମିଟେଡ ୮.୩୩ କୋଟି ବ୍ୟୟ କରି ଏଥିରେ ସ୍ଥାନୀୟ ୩୦ରୁ ଉର୍ଦ୍ଧ୍ୱ ଜଣ ପ୍ରାରମ୍ଭିକ ଭାବେ କର୍ମ ସଂସ୍ଥାନ ପାଇବେ । ଏହାସହ ଲାଲଚାନ୍ଦ ରିସୋର୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୭୭.୦୪ କୋଟିଟଙ୍କା ବ୍ୟୟରେ ୪ ତାରକା ହୋଟେଲ ପ୍ରତିଷ୍ଠା କରାଯିବ । ଯେଉଁଥିରେ ୧୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପାଇବେ । ଓଡ଼ିଶାର ଶିଳ୍ପ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶଗସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଗାମୀ ଦିନରେ ଓଡ଼ିଶାର ବିଶେଷ ଭାବେ ଯୁବ ବର୍ଗମାନେ ନିଜ ଅଞ୍ଚଳରେ କର୍ମ ସଂସ୍ଥାନ ପାଇବେ ଓ ଓଡ଼ିଶା ଏକ ଶିଳ୍ପ ସମୃଦ୍ଧ ଅଗ୍ରଣୀ ରାଜ୍ୟରେ ଭାବେ ସମଗ୍ର ଭାରତରେ ତାର ଦକ୍ଷତା ପ୍ରଦର୍ଶନ ରହିବାର ଆଶା କାମନା କରୁଛି କୋଟି କୋଟି ଓଡ଼ିଆ ମାନଙ୍କ ସହ ଏହି ଲେଖକ ।

Leave A Reply

Your email address will not be published.