ମୁମ୍ବାଇ ୨୧ ।୬: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ । ଏଥିପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ପହଞ୍ଚି ଜୋରଦାର ଅଭ୍ୟାସ୍ କରୁଛି । ତେବେ ଗସ୍ତ ସମୟରେ ସିରିଜିରୁ ଓପନ୍ର ବ୍ୟାଟସମ୍ୟାନ୍ ଭାବେ କେଏଲ୍ ରାହୁଲଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଆହତ କାରଣରୁ ସିରିଜ୍ରୁ ବାଦ୍ ପଡିଛନ୍ତି କେଏଲ୍ ରାହୁଲ । ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାହୁଲଙ୍କ ବଦଳରେ କିଏ କରିବ ରୋହିତଙ୍କ ସହ କିଏ ଓପନିଂ କରିବା ନେଇ ପ୍ରଶ୍ନର ଉତ୍ତର ଦେଇଛି ବିସିସିଆଇ । ଏକ ଭିଡିଓ ପୋଷ୍ଟ କରି ଓପନିଂ ଯୋଡିର ସଙ୍କେତ ଦେଇଛି ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ୍ର ଏବେ ଶେଷ ମ୍ୟାଚ୍ ଖେଳାଯିବ । ପୂର୍ବରୁ ଭାରତ ୨-୧ରେ ଆଗୁଆ ରହିଛି । ଗତ ବର୍ଷ ଖେଳାଯାଇଥିଲା ଏହି ସିରିଜ୍ । କୋଭିଡ଼ କାରଣରୁ ଶେଷ ଟେଷ୍ଟ ମ୍ୟାଚ୍ ବାକି ରହିଯାଇଥିଲା । ଯାହା ଜୁଲାଇ ୧ ତାରିଖ ଦିନ ହେବାକୁ ଯାଉଛି । ଇଂଲଣ୍ଡ ଟେଷ୍ଟ ପାଇଁ ଭାରତୀୟ ଦଳ ରୋହିତ ଶର୍ମା(ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ(ୱିକେଟ୍ କିପର), କେଏସ ଭରତ(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଉମେଶ ଯାଦବ । ବିସିସିଆଇ । ଭିଡିଓରେ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ନେଟ୍ ଅଭ୍ୟାସ୍ କରୁଥିବାର ଦେଖିବାକୁ ମିଳିଛି । ଭିଡିଓର କ୍ୟାପସନରେ ବିସିସିଆଇ ଲେଖିଛି ଯେ, ଆମର ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ପ୍ରଥମ ଦିନରେ ଜୋରଦାର ଅଭ୍ୟାସ କରୁଛନ୍ତି । ତେବେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ରେ ଶୁଭମନ୍ ଗିଲ୍ ଓ ରୋହିତ ଶର୍ମା ଓପନିଂ କରିପାରନ୍ତି । ଇଂଲଣ୍ଡ-ଭାରତ