ଟି-୨୦ ବିଶ୍ୱ କପ୍ : ଭାରତୀୟ ଦଳ ଚୟନ କଲେ ଇରଫାନ ପଠାନ

0 67

ନୂଆଦିଲ୍ଲୀ,୨୧ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ସମାପ୍ତ ହେବା ପରେ ଭାରତ
ଏବେ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଦଳର ନଜର ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱ କପ୍ ଉପରେ ରହିଛି । ଏହା ପୂର୍ବରୁ ଯେତିକି ବି ଟି-୨୦ ସିରିଜ ଖେଳାଯିବ ଏହି ସମୟରେ ଖେଳାଳିଙ୍କୁ ଏକ ପ୍ରକାରର ପରୀକ୍ଷା ଦେଇ ଗତି କରିବାକୁ
ପଡିବ । କାରଣ ଆଗାମୀ ଟି-୨୦ ସିରିଜର ପ୍ରଦର୍ଶନରେ ହିଁ ଜଣା ପଡିବ ଯେ, ସେମାନଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ । ସମସ୍ତେ ଜାଣିବାକୁ ଚାହାନ୍ତି ଯେ, ଟି-୨୦ ବିଶ୍‌ୱ କପରେ କାହାକୁ ସ୍ଥାନ ମିଳିବ । ଅନେକ ବିଶେଷଜ୍ଞ ମଧ୍ୟ ନିଜ ନିଜର ଦଳ ଚୟନ କରୁଛନ୍ତି ଏବଂ ମତ ରଖୁଛନ୍ତି । ପୂର୍ବତନ କ୍ରିକେଟର ଇରଫାନ ପଠାନ ମଧ୍ୟ ନିଜର ଦଳ ଚୟନ କରିଛନ୍ତି । ଆଶ୍ଚର୍ଯ୍ୟକର କଥା ସେ ଟି-୨୦ ବିଶ୍ୱ କପର ଚୂଡାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି । ପନ୍ତ ନିକଟରେ ସଂପତ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ହେଲେ ସିରିଜରେ ପନ୍ତଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନ ରହିଛି । ଇରଫାନ ଋଷଭ ପନ୍ତଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । କାର୍ତ୍ତିକ ନିୟମିତ ଭଲ ପ୍ରଦର୍ଶନ କରି ଚାଲିଛନ୍ତି । ଆଇପିଏଲ ୨୦୨୨ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତୀୟ ଦଳର ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା । ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଯଶପ୍ରୀତ ବୁମରା ଏହି ସିରିଜର ଅଂଶ ନଥିଲେ । ଇଂଲଣ୍ଡ ଗସ୍ତରେ ପୂରା ଦଳ ମଇଦାନରେ ରହିବେ । ଏଠାରୁ ହିଁ ଭାରତର ମିଶନ ବିଶ୍ୱ କପ୍ ଆରମ୍ଭ ହେବ । ଇରଫାନ ପଠାନଙ୍କ ରାୟଠୁ ଭିନ୍ନ ମତ ରହିଛି କୋଚ୍ ରାହୁଲ ଦ୍ରାବିଡଙ୍କର । ସେ ପୂର୍ବରୁ କହି ସାରିଛନ୍ତି ଯେ, ଋଷଭ ପନ୍ତ ଆଗକୁ ମଧ୍ୟ ଭାରତୀୟ ଦଳର ଯୋଜନାର ଅଂଶ ରହିବେ । କେବଳ ଗୋଟିଏ ଖରାପ ସିରିଜରେ କୌଣସି ବଡ ପ୍ରଭାବ ପକାଇବ ନାହିଁ । ଚୂଡାନ୍ତ ଏକାଦଶ କେଏଲ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ୍‌, ଭୁବନେଶ୍‌ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା ।

Leave A Reply

Your email address will not be published.