ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନ

0 68

କଟକ, ୨୨ା୬(ଡିକେ ନ୍ୟୁଜ): କଟକ ମହାନଗର ନିଗମରେ ଦୀର୍ଘ ୩ବର୍ଷ ଧରି କମିଶନର ହିସାବରେ କାର୍ଯ୍ୟ କରିବା ପରେ ଏବେ ସମ୍ବଲପୁରର ଜିଲ୍ଲାପାଳ ଭାବରେ ବଦଳି ହୋଇଛନ୍ତି ଅନନ୍ୟା । ତେବେ ଏହି ୩ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି ପୂର୍ବତନ କଟକ କମିଶନର । ବିଶେଷକରି କୋଭିଡ ମହାମାରୀ ସମୟରେ କଟକ ସହରରେ କୋଭିଡ ପରିଚାଳନା ଏକ ବଡ଼ ଆହ୍ୱାନ ଥିଲା । କଟକବାସୀଙ୍କ ସହଯୋଗରେ କୋଭିଡ ନିୟନ୍ତ୍ରଣରେ ସଫଳତା ପାଇଥିଲେ । ଏହି କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ଼ବଡ଼ ପ୍ରକଳ୍ପ ଯେପରି ନେତାଜୀ ବସ୍ ଟର୍ମିନାଲ, ବିଶ୍ୱସ୍ତରୀୟ ଏସସିବି ପାଇଁ ଉଛେଦ ଏବଂ ଥଇଥାନ ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ଅଗ୍ରାଧିକାର ଭିତ୍ତିରେ ସମ୍ପାଦନ କରିବା ପାଇଁ ତାଙ୍କ ପାଇଁ ଥିଲା ଆଉ ଏକ ବଡ଼ ଚ୍ୟାଲେଞ୍ଜ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ ୩ବର୍ଷର ଶ୍ରେୟ କଟକବାସୀଙ୍କୁ ଦେଇଛନ୍ତି ଓ କଟକବାସୀଙ୍କ ଭଲ ପାଇବା ସବୁ ଦିନ ମନେ ରହିବ ବୋଲି କହିଛନ୍ତି ଅନନ୍ୟା ଦାସ । ତେବେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ କଟକ ମେୟରଙ୍କ ସହ ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ସଙ୍ଗଠନ ଉପସ୍ଥିତ ରହି ଅନନ୍ୟା ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.