ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, କରୋନା ସଂକ୍ରମିତ ହେଲେ ବିରାଟ କୋହଲି

0 76

ମୁମ୍ବାଇ, ୨3/୬: ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ । ଚାରିଟିକିଆ ସିରିଜ୍ରେ ଶେଷ ମ୍ୟାଚ ଆସନ୍ତା ୧ ତାରିଖରେ ଖେଳାଯିବ । ଗତ ବର୍ଷ ଏହି ସିରିଜର ୪ଟି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଶେଷ ମ୍ୟାଚ୍ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା । ଏବେ ଜୁଲାଇ ୧ରୁ ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । କିନ୍ତୁ ଏସବୁ ଭିତରେ ଆସିଛି ଆଉ ଏକ ବଡ଼ ଖବର । ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରେ ବିରୋଟ କୋହଲି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ପରିବାର ସହ ବିରାଟ କୋହିଲ ମାଲଦ୍ୱୀପ ଛୁଟି କାଟିବା ଆଗାମୀ ଦିନରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିପାରିବେ ବୋଲି ସୂଚନା ମିଳିଛି । ତେବେ ଟିମ୍‌ ମ୍ୟାନେଜମେଣ୍ଟ କରୋନା ସଂକ୍ରମଣ ନେଇ ବିଶେଷ ଧ୍ୟାନ୍ ଦେଉଛି । ଯେପରି ଅଧିକ ଖେଳାଳି ଏହି ଭାଇରସରେ ସଂକ୍ରମିତ ନହେବେ, ସେଥିପ୍ରତି ଧ୍ୟାନ୍ ଦେଉଛି । ସୂଚନାଯୋଗ୍ୟ ଯେ, ୨୦୨୧ରେ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଥିଲା । ସିରିଜରେ ୪ଟି ମ୍ୟାଚ୍ ଖେଳାଯାଉଥିବା ବେଳେ କିଛି ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲା । ଏହାପରେ ତୁରନ୍ତ ସିରିଜକୁ ଅଧାର ରଖିବାକୁ ନିଷ୍ପତ୍ତି ନେଇଥିଲେ ବୋର୍ଡ । ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହିଛି । ପାଇଁ ଯାଇଥିଲେ । ସେଠାରୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ସମୟ ସମୟରେ ମେଡିକାଲକୁ ଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସେ ଠିକ୍ ଅଛନ୍ତି ।

Leave A Reply

Your email address will not be published.