‘ରକ୍ଷା ବନ୍ଧନ’ର ଟ୍ରେଲର ରିଲିଜ୍‌

0 69

ମୁମ୍ବାଇ, ୨୨ା୬: ବେଳେ ବେଳେ ଭାଇ ଗୋଟେ ସୁପର ହିରୋ ହେବାଠୁ ବି ବହୁତ ବଡ । ନିଜ ସିନେମା ଜରିଆରେ ଏହା କହୁଛନ୍ତି ଖିଲାଡି ଷ୍ଟାର ହିରୋ ଅକ୍ଷୟ କୁମାର । ଭାଇ ଭଉଣୀଙ୍କ ପବିତ୍ର ସଂପର୍କରେ କେବଳ ସ୍ନେହ ଆଉ ପ୍ରେମ ନୁହେଁ ବରଂ ତ୍ୟାଗ ଏବଂ ଦାୟିତ୍ୱ ବି ରହିଥାଏ । ଏହା ରକ୍ଷାବନ୍ଧନ ସିନେମା ଜରିଆରେ ବହୁ ସୁନ୍ଦର ଭାବେ ଦେଖେଇବାକୁ ଚେଷ୍ଟା କରାଯାଇଛି । ଆନନ୍ଦ ଏଲ. ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ରକ୍ଷାବନ୍ଧନର ଟ୍ରେଲର ରିଲିଜ କରାଯାଇଛି । କହିବାକୁ ଗଲେ ୧୧ ଅଗଷ୍ଟରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ’ ହଲରେ ରିଲିଜ୍ ହେବ । ଏହି ୨ ମିନିଟ୍ ୫୫ସେକେଣ୍ଡର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ ଅକ୍ଷୟ କୁମାର ତାଙ୍କର ଚାରି ଭଉଣୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଅନ୍ତି । ଅକ୍ଷୟଙ୍କର ଏକମାତ୍ର ସ୍ୱପ୍ନ ହେଉଛି ତାଙ୍କ ଭଉଣୀମାନଙ୍କୁ ବିବାହ କରି ତାଙ୍କ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି
ପୂରଣ କରିବା । ଏହି ଚଳଚ୍ଚିତ୍ର ହେଉଛି ଏକ ପାରିବାରିକ ଡ୍ରାମା, ଯେଉଁଥିରେ ଭାଇ-ଭଉଣୀର ସମ୍ପର୍କ, ବନ୍ଧୁତ୍ୱର ଅବିସ୍ମରଣୀୟ ପ୍ରେମକୁ ଦର୍ଶାଯାଇଛି । ଏହା ଭିଡିଓକୁ ୧୫ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଏହି ଟ୍ରେଲରଟି ୟୁଟ୍ୟୁବ୍‌ରେ ଏବେ ନମ୍ବର ୬ରେ ଟ୍ରେଣ୍ଡ କରୁଛି । ଅକ୍ଷୟ କୁମାର ଏବଂ ଭୁମି ପେଡ୍‌ନେକରଙ୍କ ଯୋଡି ଫିଲ୍ମ “ରକ୍ଷା ବନ୍ଧନ’ ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ । ଦୁହେଁ ପ୍ରଥମ ଥର ପାଇଁ “ଟଏଲେଟ୍ ଏକ ପ୍ରେମ କଥା’ରେ ଏକାଠି ନଜର ଆସିଥିଲେ । ପ୍ରଶଂସକମାନେ ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଥିଲେ । ଏଥିସହିତ ଅମୀର ଖାନ ଏବଂ କରୀନା କପୁର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଲାଲ ସିଂ ଚଢା’ ମଧ୍ୟ ସେହି ସମୟରେ ରିଲିଜ୍ ହେବ । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ କିପରି ପ୍ରଦର୍ଶନ କରିବ ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.