ଇଂଲଣ୍ଡରେ ଟିମ୍ ଇଣ୍ଡିଆରେ ଯୋଗଦେଲେ ରାହୁଲ ଦ୍ରାବିଡ

0 66

ନୂଆଦିଲ୍ଲୀ, ୨3/୬: ଭାରତୀୟ ଦଳର ମିଶନ ଇଂଲଣ୍ଡ ଆରମ୍ଭ ହୋଇ ଯାଇଛି ଏବଂ ସମସ୍ତ ଖେଳାଳି ଅଭ୍ୟାସରେ ଜୁଟି ଯାଇଛନ୍ତି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଇଂଲଣ୍ଡରେ ପହଞ୍ଚି ଦଳ ସହ ଯୋଗ ଦେଇଛନ୍ତି । ବିସିସିଆଇ ପକ୍ଷରୁ ଭାରତୀୟ ଦଳର ଅଭ୍ୟାସ ସେସନର
ଫଟୋ ସେୟାର କରାଯାଇଛି । ବିସିସିଆଇ ଟୁଇଟ୍ କରି ଲେଖିଛି, ଦେଖନ୍ତୁ ଏଠାରେ କିଏ ଅଛନ୍ତି, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଲିଷ୍ଟରରେ ଭାରତୀୟ ଟେଷ୍ଟ ଦଳ ସହ ଯୋଗ ଦେଇଛନ୍ତି । ଏହି ସମୟରେ ଖେଳାଳିଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ଭାରତୀୟ ଦଳ ସଂପ୍ରତି ଲିଷ୍ଟରରେ ଅଛନ୍ତି ଏବ ଏଠାରେ ହିଁ ପ୍ରଥମ ଅଭ୍ୟାସ୍ ମ୍ୟାଚ୍‌ ଖେଳାଯିବ । ଭାରତୀୟ ଦଳକୁ ଏହି ଗସ୍ତରେ ଅନେକ ଅଭ୍ୟାସ୍ ମ୍ୟାଚ୍‌ ଖେଳିବାକୁ ପଡିବ । ଆନୁଷ୍ଠାନିକ ଭାବେ ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧ରୁ ଆରମ୍ଭ ହେବ । ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ବଳକା ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ । ୨୦୨୧ ଟେଷ୍ଟ ସିରିଜ କରୋନା କାରଣରୁ ସଂପୂର୍ଣ୍ଣ ହୋଇ ପାରିନଥିଲା । ଶେଷ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା । ଭାରତ ସଂପ୍ରତି ଏହି ସିରିଜରେ ୨-୧ରେ ଅଗ୍ରଣୀ ରହିଛି । ଯଦି ଶେଷ ଟେଷ୍ଟ ଡ୍ର ରୁହେ କିମ୍ବା ଭାରତ ଜିତେ ତେବେ ଏହା ଐତିହାସିକ ସିରିଜ ବିଜୟ ହେବ । ଭାରତୀୟ ଦଳର ଅଧିକାଂଶ ଖେଳାଳି ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି । କୋଚ୍ ରାହୁଲ ଦ୍ରାବିଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ସମାପ୍ତ ପରେ କିଛି ଖେଳାଳିଙ୍କ ସହ ଇଂଲଣ୍ଡ ପହଞ୍ଚିଛନ୍ତି । ଦ୍ରାବିଡଙ୍କ ସହ ଋଷଭ ପନ୍ତ, ଶ୍ରେୟସ ଆୟର ସମେତ ଅନ୍ୟ ଖେଳାଳି ପହଞ୍ଚିଛନ୍ତି. ରୋହିତ
ଶର୍ମା(ଅଧିନାୟକ), ଶୁଭମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ(ୱିକେଟ୍‌ କିପର), କେଏସ ଭରତ(ୱିକେଟ୍‌ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଉମେଶ ଯାଦବ ।

Leave A Reply

Your email address will not be published.