ବ୍ରହ୍ମପୁର, ୨୪/୬(ଡିକେ ନ୍ୟୁଜ): ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଳା ପକ୍ଷରୁ ଓଡ଼ିଶାର ନାରୀ ନେତ୍ରୀ ତଥା ଆଦିବାସୀ ନେତ୍ରୀ, ଓଡ଼ିଶା ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେପିର ରାଷ୍ଟ୍ରୀୟ
ସଭାପତି ସଂଯୁକ୍ତ ଜେ.ପି.ନଡ୍ଡା ଘୋଷଣା କରିଥିବାରୁ ଓଡ଼ିଶା ପ୍ରଦେଶ ସମେତ ଗଞ୍ଜାମ ଜିଲ୍ଲାରେ ଖୁସୀର ଲହରୀ ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଗାନ୍ଧୀନଗର ଛକସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେପି ଗଞ୍ଜାମ ଜିଲ୍ଲାରM ପୂର୍ବତନ ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ୱରେ ବାଣ ଫୁଟାଇମିଷ୍ଟାନ୍ନ ବଣ୍ଟନ କରିବା ସହ ଉତ୍ସବ ପାଳନ କରାଯାଇଥିଲା । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପୂର୍ବ ଭାରତକୁ ପ୍ରାଧାନ୍ୟ ଦେବା ସହ ଓଡ଼ିଶାରୁ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୂଙ୍କୁ ଏନଡ଼ିଏରେ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ପ୍ରକାଶ ଥାଉକି କେନ୍ଦ୍ରରେ ତିନିଜଣ ମନ୍ତ୍ରୀଙ୍କ ସମେତ ଆରବିଆଇ ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସିଏଜି, ଆଇମେଡ଼ି ମହାନିର୍ଦ୍ଦେଶକ, ଏନସିବି ଡିଜି, ଓ ସେନା ଉପମୁଖ୍ୟ ଭଳି ବିଭିନ୍ନ ଗୁରୁଦାୟିତ୍ୱ ଓଡ଼ିଆଙ୍କ ଉପରେ ଭରସା କରି ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଭଳି ପଦବୀ ମଧ୍ୟ ଓଡ଼ିଆଙ୍କୁ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ ପ୍ରଧାନମନ୍ତ୍ରୀଙ୍କ ଠାରେ ଗଞ୍ଜାମ ଜିଲ୍ଲା ଭାଜପା ତରଫରୁ ଅର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ସମେତ ମହନ୍ତ ଚିନ୍ମୟାନନ୍ଦ ଦାସ, ଡା.ସୁବାଶ ସାହୁ, ଡି.କରୁଣାକର, ରଞ୍ଜିତା ବେହେରା, ଶିବଶଙ୍କର ନାୟକ, ଅଭିମନ୍ୟୁ ସାହୁ, ପ୍ରଭାତ କିରଣ ଷଢ଼ଙ୍ଗୀ, ରାମ କୁମାର ପାତ୍ର, ବବିତା ପାତ୍ର, ସୁନିଲ କୁମାର ସାହୁ, ପ୍ରବୀର ପାତ୍ର, ସୁଶିଳା ମଲ୍ଲିକ, ଅନୁରାଧା ସାହୁ, ସରୋଜ ପାତ୍ର, ପ୍ରଣୟ ମହାପାତ୍ର, ଶିବ ପାତ୍ର, ପି.ରାଜେନ୍ଦ୍ର କୁମାର, ଯୁବନେତା ଶିବଶଙ୍କର ଶତପଥୀ, ଓ ଅମୂଲ୍ୟ ଚୌଧୁରୀ, ପ୍ରଫୁଲ୍ଲ ସାହୁ, କମଲ ପାତ୍ର, ମନୋଜ ସେଠୀ, ଧନୁ ପାଣିଗ୍ରାହୀ, ରବୀନ୍ଦ୍ର ସାହୁ, ସୁମନ ଶତପଥୀ, ବିନାୟକ ରଥ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।