ଟିମ୍ ଇଣ୍ଡିଆ ପାଇଁ ଶୁଭ, ଖବର ପଞ୍ଚମ ଟେଷ୍ଟ ପୂର୍ବରୁ ଜେମ୍ସ ଆଣ୍ଡରସନ୍ ଏକାଦଶରୁ ଆଉଟ

0 78

ନୂଆଦିଲ୍ଲୀ, ୨୪/୬: ଆସନ୍ତା ମାସରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ୟାଚ୍ । ଏହାପୂର୍ବରୁ ଇଂଲଣ୍ଡ ଟିମକୁ ଲାଗିଛି ଜୋରଦାର୍ ଝଟ୍‌କା । ପ୍ରଥମ ଟେଷ୍ଟରୁ ବାଦ୍ ପଡିବେ ଇଂଲଣ୍ଡ ଟିମ୍‌ର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ । ଖବର ଅନୁଯାୟୀ, ଜୁଲାଇ ୧ରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍ । ୨୦୨୧ରେ ପାଞ୍ଚିଟିକିଆ ଟେଷ୍ଟ ସିରିଜ୍ ଖେଳାଯାଉଥିଲା । କୋଭିଡ଼ କାରଣରୁ ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ୍ ରହିଯାଇଥିଲା । ଏବେ ଭାରତୀୟ ଟିମ୍‌ର ଇଂଲଣ୍ଡ ଗସ୍ତ ସମୟରେ ବାକି ଥିବା ଶେଷ ମ୍ୟାଚ୍ ଖେଳାଯିବ । କିନ୍ତୁ ତା ପୂର୍ବରୁ ଟିମ୍ ଇଂଲଣ୍ଡକୁ ଲାଗିଛି ଜୋରଦାର ଝଟ୍‌କା । ଗୋଇଠିରେ ଆଘାତ ଲାଗିଥିବାରୁ ଭେଟେରାନ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ନବାଗତ ଜାମି ଓଭରଟନ୍‌ଙ୍କୁ ଏକାଦଶରେ ସୁଯୋଗ ମିଳିଛି ବୋଲି ଅଧିନାୟକ ବେନ୍ ଷ୍ଟୋକ୍ସ କହିଛନ୍ତି । ଇଂଲଣ୍ଡ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଆମ ପାଇଁ ଏକ ଦୁର୍ଭାଗ୍ୟର ସମୟ । ବଡ଼ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଆମର ଷ୍ଟାର ବୋଲର୍ ଟିମରୁ ଆଉଟ୍ ହୋଇଛନ୍ତି । ତେବେ ଆମେ ଏବେ ଯାଏଁ ସ୍ପଷ୍ଟ ହୋଇନାହୁ ଯେ, ତାଙ୍କ ଆଘାତ କେତେ ଗମ୍ଭୀର, ତଥାପି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଆମେ ଆଶା କରୁଛି । ସେହିପରି ଜାମି ଓଭରଟନ୍ ଏହି ମ୍ୟାଚ୍ ଦ୍ୱାରା ଆନ୍ତର୍ଜାତୀକ କ୍ରିକେଟରେ ପଦାର୍ପଣ କରିବେ । ଘୋଷିତ ଏକାଦଶ: ଆଲେକ୍ସ ଲି, ଜ୍ୟାକ୍ କ୍ରଲି, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ ଫୋକ୍ସ, ମାଥ୍ୟୁ ପୋଟ୍ସ, ଜାମି ଓଭରଟନ୍‌, ଷ୍ଟୁଆର୍ଟ ବ୍ରଡ଼, ଜ୍ୟାକ୍ ଲିଚ୍ । ସୂଚନାଯୋଗ୍ୟ ଯେ, ଆଣ୍ଡରସନ ୬୫୧ଟି ୱିକେଟ୍ ନେଇ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ବ୍ୟାଟସମ୍ୟାନଙ୍କୁ ଶିକାର କରିବାରେ ୩ୟ ସ୍ଥାନରେ ରହିଛନ୍ତି । ଆଣ୍ଡରସନଙ୍କ ଠାରୁ ମୁଥିଆ ମୁରଲୀଧରନ ୮୦୦ ୱିକେଟ୍ ଏବଂ ସେନ ୱାର୍ଣ୍ଣ ୭୦୮ ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.