ଭାରତର ପ୍ରଥମ ଇନିଂସ ଘୋଷଣା

0 73

ନୂଆଦିଲ୍ଲୀ,୨୫/୬: ଲିସେଷ୍ଟସାୟର ବିପକ୍ଷରେ ଖେଳାଯାଉଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସ ୨୪୬/୮ରେ ଘୋଷଣା କରିଛି । ଭାରତ ପକ୍ଷରୁ ୱିକେଟ୍ କିପର ବ୍ୟାଟସମ୍ୟାନ ଶ୍ରୀକର ଭରତ ସର୍ବାଧିକ ୭୦ ରନ କରି ଅପରାଜିତ ଥିଲେ । ଏକଦା ଭାରତର ସ୍କୋର ୬ /୧୩୮ ଥିଲା । ତେବେ ଭରତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତର ଇନିଂସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଜବାବରେ ଲିସେଷ୍ଟାୟର ପ୍ରଥମ ଇନିଂସରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୪ ୱିକେଟ୍ ହରାଇ ୧୦୧ ରନ କରିଛି । ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ୨ ୱିକେଟ୍ ନେଇ ଭାରତରୁ ଆରମ୍ଭରୁ ସଫଳତା ଦେଇଛନ୍ତି । ମହମ୍ମଦ ସିରାଜ ମଧ୍ୟ ଦୁଇଟି ସଫଳତା ହାସଲ କରିଛନ୍ତି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା, ଶୁଭମାନ ଗିଲ, ରବୀନ୍ଦ୍ର ଜାଡେଜା ଏବଂ ଶ୍ରେୟସ ଆୟର ଭଲ ପ୍ରଦର୍ଶନ କରି ପାରିନଥିଲେ । ଅନ୍ୟପଟେ ଲିସେଷ୍ଟାୟର ତରଫରୁ ଖେଳୁଥିବା ଚେତେଶ୍ୱର ପୂଜାରା ନିଜର କାଉଣ୍ଟି ଫର୍ମକୁ ବଜାୟ ରଖି ପାରିନଥିଲେ । ସେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଦଳକୁ ତାଙ୍କଠୁ ବହୁତ ଆଶା ରହିଥିଲା । କାରଣ ସେ କାଉଣ୍ଟିରେ ଖୁବ୍ ରନ କରିଥିଲେ ଏବଂ ଏହି ଦମରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ ଦଳରୁ ବାଦ୍ ପଡିବା ପରେ ପୂଜାରା କାଉଣ୍ଟି କ୍ରିକେଟରେ ୧୨୦ ହାରରେ ୫ ମ୍ୟାଚରେ ୭୨୦ ରନ କରିଥିଲେ । ଏଥିରେ ଦୁଇଟି ଦ୍ୱିଶତକ ସହିତ ଚାରି ଶତକ ସାମିଲ । ଅନ୍ୟପଟ ରଣଜୀ ଟ୍ରଫିରେ ସେ ମୁମ୍ବାଇ ବିଫକ୍ଷରେ ୮୩ ବଲରେ ୯୧ ରନର ଇନିଂସ ଖେଳିଥିଲେ । ତେବେ ଭାରତ ପ୍ରଥମ ଇନିଂସରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା । ଶ୍ରୀକର ଭରତଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ନିରାଶ ଜନକ ପ୍ରଦର୍ଶନ କରିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ହେଁ ୩୩ ରନ କରି ପାଭିଲିୟନ ଫେରିଥିଲେ ।

Leave A Reply

Your email address will not be published.