୯ ରାଜ୍ୟକୁ ଛୁଇଁନି ମୌସୁମୀ ବାୟୁ

0 81

ନୂଆଦିଲ୍ଲୀ ୨୬/୬ (ଡିକେ ନ୍ୟୁଜ) : ମୌସୁମୀର ଲୁଚକାଳି ଖେଳ । ଦେଶର ୯ ରାଜ୍ୟକୁ ଏପର୍ଯ୍ୟନ୍ତ ଛୁଇଁନି ମୌସୁମୀ ବାୟୁ । ସେହି ରାଜ୍ୟ ଗୁଡିକ ମଧ୍ୟରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଲଦାଖ, ପଞ୍ଜାବ, ହରିଆଣା, ଗୁଜରାଟ୍‌, ହିମାଂଚଳ ପ୍ରଦେଶ ଏବଂ ଉତରାଖଣ୍ଡ ରହିଛି । ବିଶେଷଜ୍ଞଙ୍କ ମତରେ ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟରେ ମୌସୁମୀ ବାୟୁ ପହଂଚିବା କଥା କିନ୍ତୁ ମୌସୁମୀର ଲୁଚକାଳୀ ଯୋଗୁଁ ଏହି ସବୁ ରାଜ୍ୟ ଏବଂ କେନ୍ଦ୍ର ସାସିତ ଅଂଚଳରେ ମୌସୁମୀବୀୟୁ ପ୍ରବେଶ କରିନାହିଁ । ସୂଚନା ଅନୁସାରେ ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତରା ଖଣ୍ଡକୁ ଖୁବ ଶୀଘ୍ର ମୌସୁମା ବାୟୁ ଛୁଇଁ ପାରେ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଅନେକ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ବେଳେ ମଧ୍ୟ ସେଠାରେ ବର୍ଷା ପରିମାଣ ବହୁତ କମ୍ ହେଉଛି । କହିବାକୁ ଗଲେ କେରଳରେ ମୌସୁମା ବାୟୁ ସମୟ ପୂର୍ବରୁ ପହଂଚି ସାରିଥିଲେ ମଧ୍ୟ ସେଠାରେ ବର୍ଷାର ପରିମାଣ ୬୦ ପ୍ରତିଶତ କମ୍ ହେଉଛି । ସେହିପରି ଜମ୍ମୁ-କାଶ୍ମିର ରେ ସର୍ବାଧିକ ବର୍ଷା ହେଉଥିବା ରେକର୍ଡ କରାଯାଇଛି । ତେଲେଙ୍ଗାନା ଏବଂ ତାମିଲନାଡୁରେ ସାମାନ୍ୟରୁ ଅଧିକ ବର୍ଷା ହେଉଛି ।

Leave A Reply

Your email address will not be published.