୫୦ ବିଧାୟକଙ୍କ ସମର୍ଥନ ରହିଛି: ଏକନାଥ ସିନ୍ଦେ

0 67

ମୁମ୍ବାଇ : ଶିବସେନାରେ ଘନଉଛି ସଂକଟ । ଦଳର ଲଗାମ ଧରିବାକୁ ଲଢ଼େଇ । ଆସାମ ଗୌହ୍ୱାଟୀରେ ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକନାଥ ସିନ୍ଦେ । ୫୦
ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଏପଟେ ମୁମ୍ବାଇରେ ଶିବସେନାର ଜିଲ୍ଲା ସଭାପତିଙ୍କୁ ଏକାଠି କରିଛନ୍ତି ଉଦ୍ଧବ ଠାକରେ । ଶିବସେନା ଓ ବାଲାସାହାବ ଠାକରେଙ୍କ ନାଁ ନେଇ ସେମାନେ କେତେବାଟ ଯିବେ ଦେଖିବି ବୋଲି କହିଛନ୍ତି ଉଦ୍ଧବ । ସଂଜୟ ରାଉତ କହିଛନ୍ତି ଆସ୍ଥା ଭୋଟରେ ଜିତିବୁ । ସଡ଼କରେ ଲଢ଼େଇ ହେଲେ ବି ଜିତିବୁ । ଉଦ୍ଧବ କହିଲେ ସରକାରୀ ବାସଭବନ ଛାଡ଼ିଛି କିନ୍ତୁ ଲଢୁଆ ମନୋଭାବ ଛାଡିନି । ଏପଟେ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ ଜାରି କରାଯାଇଛି । ସେପଟେ ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଏକନାଥ । ଗୌହ୍ୱାଟୀରେ
ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ବିଦ୍ରୋହୀ ଶିବିରରେ ଜଣଙ୍କ ପରେ ଜଣେ ସାମିଲ ହେଉଛନ୍ତି । ୪୦ ସମର୍ଥକଙ୍କୁ ଧରି
ଶିବସେନାର ମୁଖିଆ ବୋଲି ଦାବି କରୁଛନ୍ତି ଏକନାଥ । ଏପଟେ ଶିବ ସେନାର ଜିଲ୍ଲା ମୁଖିଆଙ୍କୁ ଏକଜୁଟ୍ କରିଛନ୍ତି ଉଦ୍ଧବ ଠାକରେ ଓ ପୁଅ ଆଦିତ୍ୟ ଠାକ୍ରେ । ଜିଲ୍ଲା ସଭାପତିଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଛନ୍ତି ଆଦିତ୍ୟ ଠାକରେ । ଭିଡିଓ କନ୍ଫରେନ୍ସିଂରେ ସମ୍ବୋଧିତ କରିଛନ୍ତି ଉଦ୍ଧବ । ସରକାରୀ ବାସଭବନ “ବର୍ଷା’ ଛାଡ଼ିଥିଲେ ବି ଲଢ଼ୁଆ ମନୋଭାବ ଛାଡ଼ିନି ବୋଲି ଦଳର ଜିଲ୍ଲା ସଭାପତିଙ୍କୁ କହିଛନ୍ତି । ଏକନାଥ ସିନ୍ଦେଙ୍କୁ ଧୋକାବାଜ ବୋଲି କହିଛନ୍ତି ଉଦ୍ଧବ । ସବୁ କିଛି ଦେବା ପରେ ମଧ୍ୟ ବିଶ୍ୱାସଘାତକତା କଲେ । ତାଙ୍କ ପୁଅକୁ ସାଂସଦ କରଗଲା । କିନ୍ତୁ ମୋ ପୁଅ ବେଳକୁ ସମସ୍ୟା । ମୁଁ ଚଉକି ଜାବୁଡ଼ି ଧରିବା ଲୋକ ନୁହେଁ । ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ କହିଲେ ଛାଡ଼ି ଦେବି । କିନ୍ତୁ ଶିବ ସେନା ଓ ବାଲା ସାହେବଙ୍କ ନାଁ ନେଇ ସେମାନେ କେତେବାଟ ଯିବ ଦେଖିବି ବୋଲି
କହିଛନ୍ତି ଉଦ୍ଧବ ଠାକରେ । ସେ ନିଜେ ଅସୁସ୍ଥ ଥିବା ବେଳେ ଓ ପୁଅ ଆଦିତ୍ୟ ଠାକରେ ୟୁରୋପ ଯାଇଥିବା ବେଳେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଉଦ୍ଧବ । ମହାରାଷ୍ଟ୍ର ସଂକଟ ଭିତରେ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଶିବ ସେନା ମୁଖ୍ୟ ମୁଖପାତ୍ର ସଂଜୟ ରାଉତ ।
ଆମେ ଲଢ଼ିବାକୁ ତୟାର ବୋଲି କହିଛନ୍ତି ପାୱାର । ଆସ୍ଥା ଭୋଟ ହେଲେ ଜିତିବୁ ବୋଲି ଦୃଢ଼ୋକ୍ତି କରିଛନ୍ତି ସଂଜୟ ରାଉତ । ବିଧାନସଭାକୁ ଆସିବାକୁ ବିଦ୍ରୋହୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ ରାଉତ । ମହା ବିକାଶ ଅଘାଡ଼ି ସରକାର ବାକି ଅଢ଼େଇ ବର୍ଷର ଶାସନ ପୂରା କରିବ ବୋଲି କହିଛନ୍ତି ସଂଜୟ ରାଉତ । ଏହା ସହ ବିଜେପି ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଧମକ ଦେଇଥିବା କହିଛନ୍ତି । ଏଭଳି ଧମକ ଗ୍ରହଣୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି ସଂଜୟ ରାଉତ । ସେପଟେ ମହାରାଷ୍ଟ୍ର ସରକାରକୁ ଅସ୍ଥିର କରୁଥିବା ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । କ୍ଷମତାକୁ ଆସିବାକୁ ଆମେ ଚାହୁଁନୁ ବୋଲି କହିଛି ବିଜେପି । ଧମକ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓ ସାହେବ ପାଟିଲ୍ ଦାନବେ।

Leave A Reply

Your email address will not be published.