ଆଜମଖାନ୍‌ଙ୍କ ଗଡ ରାମପୁରରେ ଓଲଟିଲା ବାଜି, ଆଗରେ ବିଜେପି

0 69

ନୂଆଦିଲ୍ଲୀ ୨୬/୬ (ଡିକେ ନ୍ୟୁଜ) : ଉତର ପ୍ରଦେଶର ରାମ ପୁରରେ, ଆଜମ ଗଡ ଏବଂ ପଞ୍ଜାବର ସଙ୍ଗରୁର ଲୋକସଭା ସିଟ୍ ରେ ଧାରା ଆସିବାରେ ଲାଗିଛି । ୟୁପିର ଦୁଇଟି ସିଟ୍ ଆଜମଗଡ ଏବଂ ରାମ ପୁର ପାଇଁ କଡା ଟକ୍କର ଚାଲିଛି । ଏହି ସିଟ୍ ଉପରେ ବିଜେପି ପୁଣି ନିଜର ଦବଦବା ରଖିବ୍ରା ଜଣାଯାଉଛି । ସେହିପରି ସଙ୍ଗରୁର ରେ ସିରୋମଣି ଅକାଳି ଦଳ ନିଜର ଦମ୍ ଦେଖାଇଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ବିଧାନ ସଭା ଆସନ ରେ ବାଜିମାତ୍ କରିଛନ୍ତି । ଦିଲ୍ଲିରେ ଆମ ।ଦମୀ ପାର୍ଟି ଆଗକୁ ବଢିବାରେ ଲାଗିଛି । ଝାରଖଣ୍ଡ ରେ ବିଜେପି ନିଜର ଧାରା ତିଆରି କରିବାରେ ଲାଗିଛି । ଉପ-ନିର୍ବାଚନର ଫଳାଫଳ ଖୁବଶୀଘ୍ର ସାମ୍ନାକୁ ଆସିବ । ଉପ-ନିର୍ବାଚନ ପାଇଁ ୨୩ ଜୁନରେ ଭୋଟ ହୋଇଥିବା ବେଳେ ଆଜି ସକାଳ ୮ଟା ରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ଖବର ଅନୁସାରେ ଉତର ପ୍ରଦେଶର ଆଜମଗଡ, ରାମପୁର ଏବଂ ପଞ୍ଜାବର ସଙ୍ଗରୁର ର ଲୋକସଭା ସିଟ୍ ଚଳିତ ବର୍ଷ ବିଧାନ ସଭା ନିର୍ବାଚନ ପରେ ଖାଲି ହୋଇଥିଲା । ୟୁପିର ଆଜମଗଡ ଠାରୁ ଅଖିଳେଶ ଯାଦବ ଏବଂ ରାମପୁର ସିଟ୍ ରୁ ଆଜମ ଖାନ ବିଧାନ ସଭା ନିର୍ବାଚନରେ ବାଜିମାତ କରିବା ପରେ ଲୋକସଭା ର ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେହିପରି ପଞ୍ଜାବର ସଙ୍ରୁର ସିଟ୍ ରୁ ସାଂସଦ ଥିବା ଭଗବନ୍ତ ମାନ ବିଧାନସଭା ନିର୍ବାଚନ ଜିତିବା ପରେ ସିଟ୍ ଖାଲି ହୋଇଥିଲା ।

Leave A Reply

Your email address will not be published.