କୃଷିକୁ ବୁଷ୍ଟର ଡୋଜ୍‌: ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ

0 74

ଭୁବନେଶ୍ୱର, ୨ା୭(ଡିକେ ନ୍ୟୁଜ): ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ କୃଷି ବଜେଟରେ ମୋଟ ୨୧ ହଜାର ୧ ଶହ ୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅର୍ଥ ମନ୍ତ୍ରୀ ବଜେଟ ଅଭିଭାଷଣ ପଢିବା ବେଳେ ଏହି ସୂଚନା ଦେଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନାରେ ମୋୟ ୧ ହଜାର ୮ ଶହ ୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କୃଷି ଗବେଷଣା, ଶିକ୍ଷା ଭିତିଭୂମି ବିକାଶ ପାଇଁ ମୋଟ ୧ ଶହ ୬୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ୨୦୧୯-୨୦ ବର୍ଷର ବ୍ୟୟବରାଦର ପ୍ରାୟ ୫ ଗୁଣ ଅଟେ । ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩ ଶହ ୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷକ ପରିବାରଙ୍କୁ ଆୟ ସହାୟତା ଯୋଗାଇ ଦେବା ପାଇଁ ୧ ଶହ ୨୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩ ଶହକୋଟି ଓ କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପସେଟର ଚାହିଦା ପଢାଇବାକୁ ୪ ଶହ ୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକୁ ପୂରା କରିବାକୁ ୨ ହଜାର ୪୯୩ କୋଟି ଟଙ୍‌କାର ବ୍ୟୟବରାଦ କରାଯାଇଛି । ଜଳନିଧି ଯୋଜନା ପାଇଁ ୨ ଶହ ୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Leave A Reply

Your email address will not be published.