ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସୁଇସାଇଡ ନୋଟ୍ ଜବତ କଲା ପୋଲିସ

0 73

ଭୁବନେଶ୍ୱର,୨ା୭(ଡିକେ ନ୍ୟୁଜ): ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀଙ୍କ ମୃତଦେହ ଲେଡିଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି । ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ । ସେ କାରୁବାକି ହଷ୍ଟେଲରେ ରହୁଥିଲେ । ଖବର ପାଇ ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ପହଂଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି । ହଷ୍ଟେଲ ରୁମ୍ ରୁ ଏକ ସୁଇସାଇଡ୍ ନୋଟ୍‌ ମିଳିଛି । ଯେଉଁଥିରେ ସିନିୟର ଛାତ୍ରୀମାନେ ତାଙ୍କୁ ରାଗିଂ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ଏନେଇ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏହାସହ ପରିବାର ଲୋକ କାର୍ଯ୍ୟାନୁଷ୍ଠାନ ଦାବିରେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ । କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍ ନମ୍ୱର ନଂ ୨୦୧ରେ ରହୁଥିଲେ । ଶନିବାର ଅସୁସ୍ଥତା ଯୋଗୁଁ ସେ କ୍ଲାସ୍ କୁଯାଇନଥିଲେ । କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍ କୁ ଫେରିବା ପରେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ । ରୁଚିକା କବାଟ ନଖୋଲିବାରୁ ଛାତ୍ରୀମାନଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଏନେଇ ହଷ୍ଟେଲ୍ ସୁପରିନ୍‌ଟେଣ୍ଡେଂଟ ଙ୍କୁ ଜଣାଇଥିଲେ ।ପରେ ସେଠାରୁ ମିଳିଥିବା ସୁଇସାଇଡ୍ ନୋଟ୍ ରେ ଲେଖାଯାଇଛି ଯେ ଜୀବନରେ ବହୁତ ଥକି ପଡ଼ିଲିଣି । \”ମୁଁ ଜୀବନରେ ବହୁତ ଥକି ଗଲିଣି, ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ, ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ, ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ, ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ, ଆଉ ସହି ପାରିଲିନି କି ଘରେ ବି କହି ପାରିଲିନି, ମୋତେ ମୋ ବାପାବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି ବହୁତ ଆଶା କରିଥିଲେ, ମୁଁ କଲେକ୍ଟର ହେବି ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ, ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ, ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ, କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ, ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏନି, କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି, ମୋ ବାପା ବୋଉଙ୍କ ଲୁହରେ ସେମାନେ ଭାସି ଯିବେ, ଜମା ଆଗକୁ ବଢି ପାରିବେନି, ମୁଁ ଏ କଥା କାହାକୁ କହି ପାରିଲିନି, କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି, ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ, ମୋତେ ପାଠ ବି ପଢେଇ ଦେଲେନି, ମୋ ରୁମ ମେଟ୍‌କୁ ବି ଏ କଥା ମୁଁ କହି ପାରିଲିନି, ଶେଷରେ ଜୀବନ ହାରୁଛି ।

Leave A Reply

Your email address will not be published.