ଆଜିର ରାଶିଫଳ

0 84

“ଅଦ୍ୟ ମିଥୁନ ଦି୧୯ନ,ଚତୁର୍ଥୀ ଦ୨୯ ।୩୦ ସଂଘ୫ ।୨, ଅଶ୍ଳେଷା
ଦ୪ ।୪୬ ଦିଘ ୭ ।୮, କର୍କଟ ଚନ୍ଦ୍ର ଦ୪ ।୪୬ ଦିଘ ୭ ।୮.
“ମିଥୁନ ଦ୩/୦୨/୨୫ ଇଂଘ୫/୧୫/୦୧ ଗତେ ଉଦୟ
“ଧନୁ ଦ୨/୫୫/୧୫ ଇଂଘ ୬/୨୪/୫୯ ଗତେ ଅସ୍ତ ।

“ଯୋଗିନୀ ନୈଋତେ । ଦିବା ଘ୫ ।୨ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୭ ।୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ୱିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ, ମେଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର ।ଦିବା ଘ୧୦ ।୧୨ ଗତେ ଘ୧ ।୩୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧ ।୧୨ ଗତେ ଘ୨ ।୩୩ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ସମ୍ବତ୍ସର ଦିବା ଘ୭ ।୮ ଗତେ ପାଞ୍ଚମାସ ଗଣ୍ଡଦୋଷ । ଫଳ ସ୍ତ୍ରୀ ବିଧବା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳକ (ମୂଳା) ଦିବା ଘ୫ ।୨ ଗତେ ଶ୍ରୀଫଳ (ବେଲ) ଭକ୍ଷଣ ନିଷେଧ । “(ଅମୃତ) – ଦିବା ଘ୬ ।୫୧ ଗତେ ଘ୯ ।୧୫ ମଧ୍ୟେ ଘ୧୧ ।୩୯ ଗତେ ଘ୨ ।୩ ମଧ୍ୟେ ରାତ୍ରି ଘ୮ ।୧ ମଧ୍ୟେ ଘ୧୧ ।୧୩ ଗତେ ଘ୧ ।୩୭ ମଧ୍ୟେ । “(ମାହେନ୍ଦ୍ର) – ଦିବା ଘ୩ ।୩୯ ଗତେ ଘ୪ ।୨୭ ମଧ୍ୟେ ।
ମେଷ: ଆପଣଙ୍କ କାମ ସମୟ ସୀମା ମଧ୍ୟରେ ପୂରା କରିନେବେ । ରାଜନୀତିରେ ଆର୍ଥିକ ଲାଭ ହେବ । ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ ।
ବୃଷ: ପୂଜାପାଠରେ ସମୟ ବିତିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । କୌଣସି ସଘରେ ଯୋଗ ଦେବାର ସୁଯୋଗ ମିଳିବ । ପାରିବାରିକ ଜୀବନ ଶାନ୍ତିମୟ ହେବ ।
ମିଥୁନ: ଆପଣଙ୍କ ଜୀବନରେ କିଛିନୂଆ ପରିବର୍ତ୍ତନ ହୋଇପାରେ । କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ତର୍କ ହୋଇପାରେ । ଛାତ୍ରଙ୍କୁ ଭଲ ଫଳ ମିଳିବ ।
କର୍କଟ: ଇଷ୍ଟଦେବଙ୍କ ଧ୍ୟାନ କଲେ ମନର ସକାରାତ୍ମକ ଶକ୍ତି ସଚାର ହେବ । ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ । ବ୍ୟବସାୟୀଙ୍କୁ ଲାଭ ହେବ ।
ସିଂହ: ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ବିରୋଧୀ ସ୍ୱୟଂ ପରାସ୍ତ ହୋଇଯିବେ । ନୂଆ ଉତ୍ସରୁ ଧନଲାଭ ହେବ ।
କନ୍ୟା: ବେପାର ସମ୍ବନ୍ଧରେ ମନରେ ଅଭିନବ ବିଚାର ଆସିବ । ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ । ପରିଜନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ ।
ତୁଳା: ନୂଆ କାମ ଆରମ୍ଭ କରିବା ଲାଗି ସମୟ ଭଲ । ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।
ବିଛା: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଲାଗିରହିଥିବା ଅଶାନ୍ତି ସମାପ୍ତ ହୋଇଯିବ । ନୂଆ ଘର କିଣିବା ଲାଗି ଯୋଜନା କରିବେ ।
ଧନୁ: କିଛି ନୂଆ ଶିଖିବାର ସୁଯୋଗ ପାଇବେ । ଅଧୁରା କାମ ପୂରା ହେବ । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଲାଭ ହେବ ।
ମକର: ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ । ପୁଞ୍ଜି ବଜାରରେ ନିବେଶ ଲାଭଦାୟକ । ରାଜନୀତିରେ କିଛି ଆଶା ପୂରଣ ହେବ ।
କୁମ୍ଭ: ଜରୁରୀ କାମରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ । ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ ।
ମୀନ: ଯାହା ବି କାମ କରିବେ ତହିଁରେ ସଫଳତା ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା କରିବେ ।
ଜ୍ୟୋତିଷ ଆଚାର୍ଯ୍ୟ -ରମେଶ ଚନ୍ଦ୍ର ପଣ୍ଡା
ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ
ଦୂରଭାଷ – ୯୯୩୭୦୬୭୦୫୦

Leave A Reply

Your email address will not be published.