ଆଜିର ରାଶିଫଳ

0 76

“ଅଦ୍ୟ ମିଥୁନ ଦି୨୦ନ,ପଞ୍ଚମୀ ଦ୩୩ ।୨୦ ସଂଘ୬ ।୩୬, ମଘା
ଦ୧୦ ।୨୯ ଦିଘ ୯ ।୨୮, ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ.
“ମିଥୁନ ଦ୩/୧୨/୪୦ ଇଂଘ ୫/୧୫/୩୯ ଗତେ ଉଦୟ
“ଧନୁ ଦ୩/୦୫/୪୦ ଇଂଘ ୬/୨୫/୨୫ ଗତେ ଅସ୍ତ ।

“ଯୋଗିନୀ ଦକ୍ଷିଣେ । ସଂନ୍ଧ୍ୟା ଘ୬ ।୩୬ ଗତେ ପଶ୍ଚିମେ । ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ତୈଳରନ୍ଧନ, ହଳପ୍ରବାହ ଓ ବୀଜବପନ, ଔଷଧକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯ ।୨୮ ଗତେ ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬ ।୫୪ ଗତେ ଘ୮ ।୩୩ ମଧ୍ୟେ କାଳବେଳା । ଘ୩ ।୭ ଗତେ ଘ୪ ।୪୬ ମଧ୍ୟେ ବାରବେଳା । ରାତ୍ରି ଘ୧ ।୧୨ ଗତେ ଘ୨ ।୩୩ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ଦିବା ଘ୯ ।୨୮ ଗତେ ସାତମାସ ଗଣ୍ଡଦୋଷ । ସ୍ୱର୍ଣ୍ଣ ଓ ପୀତବସ୍ତ୍ର ଦାନ । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରୀଫଳ (ବେଲ) ସନ୍ଧ୍ୟା ଘ୬ ।୩୬ ଗତେ ତାଳ ଭକ୍ଷଣ ନିଷେଧ । “(ଅମୃତ) – ଦିବା ଘ୮ ।୨୭ ଗତେ ଘ୧୦ ।୩ ମଧ୍ୟେ ରାତ୍ରି ଘ୯ ।୩୬ ଗତେ ଘ୧୨ ।୪୮ ମଧ୍ୟେ ଘ୨ ।୨୪ ଗତେ ଘ୪ ।୦ ମଧ୍ୟେ । “(ମାହେନ୍ଦ୍ର) – ରାତ୍ରି ଘ୪ ।୦ ଗତେ ଘ୪ ।୪୮ ମଧ୍ୟେ ।
ମେଷ: ଆପଣଙ୍କ କାମ ସମୟ ସୀମା ମଧ୍ୟରେ ପୂରା କରିନେବେ ରାଜନୀତିରେ ଆର୍ଥିକ ଲାଭ ହେବ । ଦାମ୍ପତ୍ୟ ଜୀବନରେ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହେବ ।
ବୃଷ: ପୂଜାପାଠରେ ସମୟ ବିତିବ । ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ । କୌଣସି ସଘରେ ଯୋଗ ଦେବାର ସୁଯୋଗ ମିଳିବ । ପାରିବାରିକ ଜୀବନ ଶାନ୍ତିମୟ ହେବ ।
ମିଥୁନ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ । କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ତର୍କ ହୋଇପାରେ । ଛାତ୍ରଙ୍କୁ ଭଲ ଫଳ ମିଳିବ ।
କର୍କଟ: ଇଷ୍ଟଦେବଙ୍କ ଧ୍ୟାନ କଲେ ମନର ସକାରାତ୍ମକ ଶକ୍ତି ସଚାର ହେବ । ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ । ବ୍ୟବସାୟୀଙ୍କୁ ଲାଭ ହେବ ।
ସିଂହ: ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ବିରୋଧୀ ସ୍ୱୟଂ ପରାସ୍ତ ହୋଇଯିବେ । ନୂଆ ଉତ୍ସରୁ ଧନଲାଭ ହେବ ।
କନ୍ୟା: ବେପାର ସମ୍ବନ୍ଧରେ ମନରେ ଅଭିନବ ବିଚାର ଆସିବ । ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ । ପରିଜନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ ।
ତୁଳା: ନୂଆ କାମ ଆରମ୍ଭ କରିବା ଲାଗି ସମୟ ଭଲ । ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।
ବିଛା: ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଲାଗିରହିଥିବା ଅଶାନ୍ତି ସମାପ୍ତ ହୋଇଯିବ । ନୂଆ ଘର କିଣିବା ଲାଗି ଯୋଜନା କରିବେ ।
ଧନୁ: କିଛି ନୂଆ ଶିଖିବାର ସୁଯୋଗ ପାଇବେ । ଅଧୁରା କାମ ପୂରା ହେବ । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଲାଭ ହେବ ।
ମକର: ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ । ପୁଞ୍ଜି ବଜାରରେ ନିବେଶ ଲାଭଦାୟକ । ରାଜନୀତିରେ କିଛି ଆଶା ପୂରଣ ହେବ ।
କୁମ୍ଭ: ଜରୁରୀ କାମରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ । ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ ।
ମୀନ: ଯାହା ବି କାମ କରିବେ ତହିଁରେ ସଫଳତା ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ନୂଆ ବ୍ୟବସାୟ ଆରମ୍ଭଲାଗି ଯୋଜନା କରିବେ ।
ଜ୍ୟୋତିଷ ଆଚାର୍ଯ୍ୟ -ରମେଶ ଚନ୍ଦ୍ର ପଣ୍ଡା
ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ
ଦୂରଭାଷ-୯୯୩୭୦୬୭୦୫୦

Leave A Reply

Your email address will not be published.