୬ରେ ମାଟ୍ରିକ୍ ରେଜଲ୍ଟ

0 75

ଭୁବନେଶ୍ୱର, ୪ା୭(ଡିକେ ନ୍ୟୁଜ): ମାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ । କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ ରେଜଲ୍ଟ । ଏହାପରେ ୱେବସାଇଟରେ ଉପଲବ୍ଧ ହେବ ମ୍ୟାଟ୍ରିକ ଫଳ । ୨ଟି ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଡବ୍ଲୁଡବ୍ଳୁଡବ୍ଲୁ.ବିଏସ୍‌ଇଓଡ଼ିଶା.ଏନ୍‌ଆଇସି.ଇନ୍ ବା ଡବ୍ଲୁଡବ୍ଲୁଡବ୍ଳୁ.ବିଏସ୍‌ଇଓଡ଼ିଶା.ଏନ୍‌ଆଇସି.ଇନ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଇଣ୍ଟରନେଟ ନ ଥିଲେ ଏସ୍‌ଏମ୍‌ଏସ୍ ମାଧ୍ୟମରେ ମିଳିବ ମାଟ୍ରିକ ରେଜଲ୍ଟ । ଓଆର-୧୦ ଏବଂ ନିଜ ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସ୍‌ଏମ୍‌ଏସ୍ କଲେ ମିଳିବ ରେଜଲ୍ଟ । ପରୀକ୍ଷା ଫଳ ବାହାରିବା ପରେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ରି- ଚେକ ପାଇଁ ଆବେଦନ କରିବେ । ରି-ଚେକ୍ ନେଇ ସମ୍ପୂର୍ଣ୍ଣ ତଥ୍ୟ ମ୍ୟାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାପରେ ଦିଆଯିବ । ସୂଚନାଯୋଗ୍ୟ, ଗତ ୨ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ସରିଥିବା ବେଳେ ଖାତାଦେଖା ଓ ଟାବୁଲେସନ୍‌ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷା ଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ କରାଯାଇଛି । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମ୍ୟାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମ୍ୟାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍‌ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ୱତନ୍ତ୍ର ୩୮ଟି ସ୍କ୍ୱାଡ, ୬୫ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିଲା ।

Leave A Reply

Your email address will not be published.