ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌: ଟପ୍ ପରଫର୍ମର ଓଡ଼ିଶା

0 75

ନୂଆଦିଲ୍ଲୀ/ଭୁବନେଶ୍ୱର, ୪ା୭(ଡିକେ ନ୍ୟୁଜ): କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଏହି ତାଲିକା ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗ (ବର୍ଗ-କ)ରେ ବୃହତ ରାଜ୍ୟମାନେ ଥିବାବେଳେ ୨ୟ ବର୍ଗ( ବର୍ଗ-ଖ)ରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି । ଗୁଜୁରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଛନ୍ତି । ସେହିପରି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା, ମହାରାଷ୍ଟ୍ର, କେରଳ ଓ ତେଲେଙ୍ଗାନା । ସଂସ୍ଥାଗତ ବା ଆନୁଷ୍ଠାନିକ ସୁବିଧା ଯୋଗାଇବାରେ ଓଡ଼ିଶା, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ରହିଛନ୍ତି । ଲିଡର ଶ୍ରେଣୀରେ ସ୍ଥାନ ପାଇଥିବା ରାଜ୍ୟମାନେ ହେଲେ ଆସାମ, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ । ଅନ୍ୟପକ୍ଷରେ ବର୍ଗ-ଖରେ ମେଘାଳୟ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀର ମାନ୍ୟତା ପାଇଥିବାବେଳେ ଜମ୍ମୁ ଓ କଶ୍ମୀର ଶ୍ରେଷ୍ଠ ପ୍ରଦର୍ଶନକାରୀର ମାନ୍ୟତା ପାଇଛି ।

Leave A Reply

Your email address will not be published.