ବଢ଼ିଲା ଏକକ ପିଜି ପ୍ରବେଶିକା ଆବେଦନ ଅବଧି

0 67

ଭୁବନେଶ୍ୱର, ୪ା୭(ଡିକେ ନ୍ୟୁଜ): ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁ ଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ହୋଇଛି । ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି\’ ଦାଖଲ କରିବେ । ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରିପାରିବେ ବୋଲି ଏନଟିଏ ଦର୍ଶାଇଛି । ତେବେ ଏସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀଡବ୍ଲୁଡବ୍ଲୁଡବ୍ଲୁ.ଏନ୍‌ଟିଏ.ଏସି.ଇନ ମାଧ୍ୟମରେ ପାଇପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ଦର୍ଶାଇଛି । ସୂଚନାଯୋଗ୍ୟ ଏହା ପୂର୍ବରୁ ଦୁଇଥର ଏକକ ପିଜି ପ୍ରବେଶିକା ଆବେଦନ ଅବଧିକୁ ବଢାଯାଇଛି । ପ୍ରଥମେ ଆବେଦନର ଶେଷ ଦିନ ଜୁନ୍ ୧୯ ତାରିଖ ରହିଥିଲା । ଏହାପରେ ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୪ ରଖାଯାଇଥିଲା । ଏବେ ଏହି ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୧୦ ତାରିଖ ରଖାଯାଇଛି । ଦେଶର ୪୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ଶେଷ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ପିଲାଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ଦୁଇଘଣ୍ଟା ଲେଖାଏଁ ପରୀକ୍ଷାର ସମୟ ଅବଧି ରହିବ । ସିବିଟି ଜରିଆରେ ପିଲାଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଇଂରାଜୀ ଓ ହିନ୍ଦୀ ସମେତ ୧୩ ଆଞ୍ଚଳିକ ଭାଷାରେ ପିଲାଙ୍କ ପ୍ରଶ୍ନପତ୍ର ଉପଲବ୍ଧ ହେବ ।

Leave A Reply

Your email address will not be published.