ରାକ୍ଷୀର ମାନ ରଖିଲେ ନବୀନ

0 88

ଭୁବନେଶ୍ୱର, ୮ା୭(ଡିକେ ନ୍ୟୁଜ): ଅନ୍ୟପକ୍ଷରେ ହିନ୍ଦୁ ଧର୍ମରେ ରାକ୍ଷୀର ମାନକୁ ଭାଇ ଭଉଣୀର ସଂପର୍କରେ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ରାକ୍ଷୀର ମାନକୁ ରଖି ନିଜର ମହାନତା ପ୍ରତିପାଦିତ କରିଛନ୍ତି । ଦିନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବାର ଗୁରୁଦାୟିତ୍ୱ ନେଇ ଅସଲ ଭାଇର ପରିଚୟ ଦେଇଛନ୍ତି ନବୀନ । ଆଉ ଆଜି ଭୁବନେଶ୍ୱରରେ ନବୀନଙ୍କୁ ଭାଇ ବୋଲି ଦ୍ରୌପଦୀଙ୍କ ସମ୍ବୋଧନ ଉଭୟଙ୍କ ମଧ୍ୟରେ ଥିବା ଭାଇଭଉଣୀର ପବିତ୍ର ସଂପର୍କକୁ ପ୍ରମାଣିତ କରିଛି । ପୂର୍ବରୁ ମନ୍ଦିରରେ ନବୀନ ପଟ୍ଟନାୟକଙ୍କ ହାତରେ ରାକ୍ଷୀ ବାନ୍ଧି ଦ୍ରୌପଦୀ ଭଉଣୀର ପରିଚୟ ଦେଇଥିଲେ । ଆଉ ଏହାର ପ୍ରତିଦାନ ସ୍ୱରୂପ ନବୀନ ବିପକ୍ଷ ଦଳର ହୋଇଥିଲେ ବି ଅକୁଣ୍ଠ ଚିତ୍ତରେ ଦ୍ରୌପଦୀଙ୍କୁ ସମର୍ଥନ କରିବା ସହିତ ଅନ୍ୟ ଦଳରୁ ବି ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି । ତାଙ୍କର ମହାନତା ଏବେ ସର୍ବତ୍ର ଚର୍ଚ୍ଚାର ପରିସରକୁ ଆସିଛି ।

Leave A Reply

Your email address will not be published.