ଆଗାମୀ ୫ବର୍ଷରେ ଶେଷ ହୋଇଯିବ ପେଟ୍ରୋଲ

0 67

ନୂଆଦିଲ୍ଲୀ ୦୮ ।୭: ପେଟ୍ରୋଲ-ଡିଜେଲର ବଢୁଥିବା ଦର ମଧ୍ୟରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି କି ଆସୁଥିବା ୫ବର୍ଷରେ ଦେଶରେ ପେଟ୍ରୋଲ ଶେଷ ହୋଇଯିବ । ତାଙ୍କର ଏହି ବୟାନ ସହ ବଢୁଥିବା ପ୍ରଦ୍ୟୁଷଣ ଏବଂ ଭବିଷ୍ୟତରେ ଇଲେକ୍ଟ୍ରିକ ଗାଡ଼ିର ବ୍ୟବହାର ସହ ଯୋଡ଼ା ଯାଇ ଦେଖାଯାଉଛି । ପ୍ରକାଶ ଯେ, ସରକାର ବାରମ୍ବାର ଇଲେକ୍ଟ୍ରିକ ଗାଡ଼ିକୁ ପ୍ରମୋଟ କରୁଛନ୍ତି । ମହାରାଷ୍ଟ୍ରର ଅକେଲାରେ ଡ.ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି । ତାଙ୍କୁ ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ \”ଡକ୍ଟର ଅଫ ସାଇନ୍ସ\’ ଉପାଧିରେ ସମ୍ମାନିତ କରାଯାଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲର ବିକଳ୍ପ ବିଷୟରେ କହିବାକୁ ଯାଇ କହିଛନ୍ତି କି ବିଦର୍ଭରେ ତିଆରି ହେଉଥିବା ବାୟୋଏଥେନାଲର ବ୍ୟବହାର କିଲୋ ପର୍ଯ୍ୟନ୍ତ ହୋଇପାରେ । ସେ କୃଷକଙ୍କ ଉପରେ ଫୋକସ କରି କହିଛନ୍ତି କି ଗହମ, ଚାଉଳ, ମକ୍କା କ୍ଷେତରେ ଫସଲ କରିବା ଦ୍ୱାରା ଭବିଷ୍ୟତ ବଦଳାଯାଇ ପାରିବ ନାହିଁ । ଏଥିଲାଗି କୃଷକଙ୍କୁ ଅନ୍ୟ ଦାତା ହେବା ବଦଳରେ ଶକ୍ତିର ଦାତା ହେବା ଆବଶ୍ୟକ ରହିଛି । ଗଡ଼କରୀ କହିଛନ୍ତି କି ଆଗାମୀ ପାଞ୍ଚ ବର୍ଷରେ ଦେଶରେ ପେଟ୍ରୋଲ ଶେଷ ହୋଇଯିବ । ସେ କହିଛନ୍ତି କି ଇଥେନାଲ ଲାଗି ନିଆଯାଇଥିବା ନିଷ୍ପତ୍ତି ଉପରେ ଦେଶକୁ ବର୍ଷକୁ ୨୦,୦୦୦କୋଟି ଟଙ୍କାର ସଞ୍ଚୟ ହେବ । ସେହି ଦିନ ଦୂର ନାହିଁ ଯେତେବେଳେ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ି ଗ୍ରୀନ ହାଇଡ୍ରୋଜନ, ଏଥେନାଲ ଏବଂ ସିଏନଜିରେ ଚାଲିବ । ଗାଡ଼ିରେ କରାଯାଇପାରିବ । ସେହିଭଳି ସେ ଏହା ବି କହିଛନ୍ତି କି ଗ୍ରୀନ ହାଇଡ୍ରୋଜେନର କୁଅର ପାଣିରୁ ପ୍ରସ୍ତୁତ କରାଯାଇପାରେ । ଏହାର ଦାମ୍ ୭୦ଟଙ୍କା ପ୍ରତି

Leave A Reply

Your email address will not be published.