ଟିଭି ଆଙ୍କର ରୋହିତ ରଞ୍ଜନଙ୍କ ଗିରଫ ଉପରେ ସୁପ୍ରିମକୋର୍ଟ ଲଗାଇଲେ ରୋକ

0 81

ନୂଆଦିଲ୍ଲୀ ୦୮ ।୭ : ଟିଭି ଆଙ୍କର ରୋହିତ ରଞ୍ଜନଙ୍କୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟ ରୋହିତ ରଞ୍ଜନଙ୍କ ଗରିଫ ଉପରେ ରୋକ ଲଗାଇଛନ୍ତି । କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ଆମେ ନୋଟିସ ଜାରି କରିଛୁ । ବର୍ତ୍ତମାନ କୌଣସି ରାଜ୍ୟ ପୁଲିସ ଏହି ମାମଲାରେ ତାଙ୍କୁ ଗିରଫ କରିପାରିବେ ନାହିଁ । ଏହା ପୂର୍ବରୁ ଶୁଣାଣି ସମୟରେ ରୋହିତଙ୍କ ଓକିଲ ସିଦ୍ଧାର୍ଥ ଲୁଥରା କହିଥିଲେ ଯେ ଏକ ମାମଲାରେ ଉତ୍ତର ପ୍ରଦେଶ ବ୍ୟତୀତ ଛତିଶଗଡ଼ରେ ମଧ୍ୟ ରୋହିତଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି । ସୂଚନା ଥାଉକି, ଜି ନ୍ୟୁଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ଜାଲ୍ କରି ପ୍ରସାରଣ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ଘଟଣାରେ ଖବର ପ୍ରସାରଣ କରୁଥିବା ଟିଭି ଆଙ୍କର ରୋହିତ ରଞ୍ଜନଙ୍କ ନାଁରେ ୟୁପି ଓ ଛତିଶଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ମଙ୍ଗଳବାର ଏହି ଘଟଣା ନାଟକୀୟ ରୂପ ନେଇଥିଲା । ମାମଲାରେ ଆଙ୍କର ରୋହିତଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ତାଙ୍କ ବାସଭବନରେ ପହଞ୍ଚିଥିଲା । ହେଲେ ଏହା ପୂର୍ବରୁ ରୋହିତଙ୍କୁ ହେପାଜତକୁ ନେବା ପାଇଁ ବାସଭବନରେ ଉପସ୍ଥିତ ରହିଥିଲା ନୋଏଡା ପୁଲିସ । ଏହି ସମୟରେ ଆରମ୍ଭ ହୋଇଥିଲା ଛତିଶଗଡ଼ ଏବଂ ନୋଏଡ଼ା ପୁଲିସଙ୍କ ମଧ୍ୟରେ ଛକାପଞ୍ଝା । ଛତିଶଗଡ ପୁଲିସ ରୋହିତଙ୍କୁ ଗିରଫ କରିବା ପାଇଁ ଏକପ୍ରକାର ସ୍ଥିର କରିସାରିଥିବା ବେଳେ ସେପଟେ ନୋଏଡ଼ା ପୁଲିସ ପଚରାଉଚାରା ପାଇଁ ହେପାଜତକୁ ନେବାକୁ ପ୍ରସ୍ତୁତ ହୋଇଥିଲା । ଏତିକି ବେଳେ ସେଠାରେ ନୋଏଡ଼ା ଏବଂ ଛତିଶଗଡ଼ ପୁଲିସଙ୍କ ମଧ୍ୟରେ ଠେଲା ପେଲା ଭଳି ପରିସ୍ଥିତି ଉପୁଜିଥିଲା । ଏହାରି ଭିତରେ ନୋଏଡ଼ା ପୁଲିସ ତାଙ୍କୁ ଗିରଫ କରିଥିଲା । ରୋହିତ ଗିରଫ ହେବାର କିଛି ସମୟ ପରେ ଜାମିନରେ ଆସିଥିଲେ । ଏହାପରେ ସେ କୁଆଡ଼େ ଫେରାର
ହୋଇଯାଇଥିବା ନେଇ ଛତିଶଗଡ଼ ପୁଲିସ ଅଭିଯୋଗ କରିଛି । ତେବେ ଆଜି ରୋହିତଙ୍କ ଗିରଫଦାରୀ ଉପରୋ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.