ସୁଖ-ଶାନ୍ତି ବୃଦ୍ଧି ପାଇଁ କରନ୍ତୁ ଗଣେଶ ଓ ଲକ୍ଷ୍ମୀଙ୍କ ପୂଜା

0 70

ଅନେକ ଥର ଆମେ ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରୁ କିନ୍ତୁ କଠିନ ପରିଶ୍ରମ ସତ୍ତ୍ୱେ ସଞ୍ଚୟ କରି ପାରିନଥାଉ ଓ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଏହାର ଅନେକ କାରଣ ହୋଇପାରେ । ଏହା ବାସ୍ତୁଦୋଷର ଏକ ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ସୁଖ ରହିଥାଏ ଏବଂ ଟଙ୍କା ଅଭାବ ନଥାଏ । ଏଥି ସହିତ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ବାସ୍ତୁ ଟିପ୍ସ ସାହାଯ୍ୟରେ ଅର୍ଥର ଅଭାବ ଦୂର କରନ୍ତୁ । ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ । ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଆର୍ôଥକ ସମସ୍ୟାର ସମାଧାନ ହୋଇଯାଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ । ଶୋଇବା ଘରର ଝରକାରେ ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେ ନାହିଁ । ଏହାକୁ ଛୁଇଁ ଘରକୁ ଯେଉଁ ଆଲୋକ ଆସିଥାଏ ତାହା ସକରାତ୍ମକ ଶକ୍ତି ଆଣିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ । ଘରେ ଜଳର ଅପଚୟ ଏକ ଭଲ ସଙ୍କେତ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଜଳ ଅପଚୟ ଦ୍ୱାରା ଘରେ ଟଙ୍କା ଅଭାବ ଦେଖାଦେଇଥାଏ । ଏହି କାରଣରୁ ମନୁଷ୍ୟର ଚନ୍ଦ୍ର ଦୁର୍ବଳ ହୋଇଯାଏ । ସେଥିପାଇଁ ଜଳ ନଷ୍ଟm କରିବା ଅନୁଚିତ । ଘରେ ଏକ ଦର୍ପଣ ରଖନ୍ତୁ ଯେପରି ଏହାର ପ୍ରତିବିମ୍ବ ଘରର ଟ୍ରେଜେରି କିମ୍ବା ଆଲମାରୀ ଉପରେ ପଡ଼ିବ । ଏହା ଦ୍ୱାରା ଅଯଥା ଖର୍ଚ୍ଚ ହ୍ରାସ ହୋଇଥାଏ ଏବଂ ଜମା ପୁଞ୍ଜି ବୃଦ୍ଧି ହୁଏ । ଘରର ମୁଖ୍ୟ ପ୍ରବେଶ ପଥକୁ ସର୍ବଦା ସଫା ରଖନ୍ତୁ ଏବଂ ଏହାର ଚାରିପାଖରେ ଥିବା କାନ୍ଥର ରଙ୍ଗ ପରିବର୍ତ୍ତନ କରନ୍ତୁ । ଏହା ଦ୍ୱାରା ମାଦ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କେବେ ବି ଟଙ୍କାର ଅଭାବ ହୁଏ ନାହିଁ । ଘରର ଉତ୍ତର-ପୂର୍ବ କାନ୍ଥରେ ଗଣେଶଙ୍କ ଫଟୋ ନିଶ୍ଚୟ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଅର୍ଥାଭାବ ଦୂର କରିବାକୁ ମାଦ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ଆବଶ୍ୟକ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚାରେ ଏକ କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଟଙ୍କା ଅଭାବ ହୁଏ ନାହିଁ । ହିନ୍ଦୁ ଧର୍ମରେ କଦଳୀ
ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଘରର ପୂର୍ବ-ଉତ୍ତର ଦିଗରେ କଦଳୀ ଗଛ ଲଗାଯିବା ଉଚିତ୍ ।

Leave A Reply

Your email address will not be published.