ସହିଦ ପୋଲିସଙ୍କ ନିକଟରେ ରାଜ୍ୟବାସୀ ଋଣୀ

0 149

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଭୁବନେଶ୍ୱରସପ୍ତମ ବାଟାଲିୟନ ପଡିଆରେ ୬୪ ତମପୋଲିସ ସହିଦ ଦିନସ ପାଳନ କରାଯାଇଛି ।
ମୁଖ୍ୟ ଅତିଥି ଭାବେ ପୋଲିସ କମିଶନରସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଭୁବନେଶ୍ୱରଡିସିପି ଓ ଭୁବନେଶ୍ୱର ୟୁପିଡିର ସମସ୍ତ ବରିଷ୍ଠ
ପୋଲିସ ଅଧିକାରୀ ଯୋଗଦେଛନ୍ତି । ବିଗତଏକ ବର୍ଷ ମଧ୍ୟରେ ଯେଉଁ ପୋଲିସଅଧିକାରୀମାନେ ସହିଦ ହୋଇଛନ୍ତି ସେମାନଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହିଅବସରରେ ପୋଲିସ କମିଶନର କହିଛନ୍ତିଯେ, ଦେଶ ମାତୃକାର ସେବାପାଇଁ ପ୍ରାଣବଳି
ଦେଇଥିବା ବୀର ପୋଲିସ ମାନଙ୍କର ସ୍ମୃତିଉଦେ୍ଦଶ୍ୟରେ ଓଡ଼ିଶା ପୋଲିସ ପ୍ରତି ବର୍ଷ ଭଳିଆଜିର ଦିନରେ ପୋଲିସ ଶହୀଦ ଦିବସ ଭାବେ
ପାଳନ କରିଛି । ରାଜ୍ୟରେ ଶାନ୍ତି ରକ୍ଷା ତଥାଉଗ୍ରବାଦ ନିୟନ୍ତ୍ରଣ ସମୟରେ ବହୁକର୍ତ୍ତବ୍ୟରତ ସାହସୀ ପୋଲିସ ଅଧିକାରୀ ଓ
କର୍ମ·ରୀ ରାଜ୍ୟ ତଥା ରାଜ୍ୟବାସୀଙ୍କ ସୁରକ୍ଷାପାଇଁ ପ୍ରାଣବଳି ଦେଇଛନ୍ତି । ଏହି ଶହୀଦ ବୀରପୋଲିସମାନଙ୍କ ନିକଟରେ ରାଜ୍ୟ ତଥା ଜାତିସବୁବେଳେ କୃତଜ୍ଞ
ସେମାନଙ୍କ ତ୍ୟାଗ ଓବଳିଦାନ ତାଙ୍କୁ ସବୁଦିନ ପାଇଁ ଅମର କରିରଖୁବ । ଦେଶ ପାଇଁ ଜାତି ପାଇଁ ସର୍ବୋଚ୍ଚ
ତ୍ୟାଗ ସ୍ୱୀକାର କରିବା ଜୀବନର ସବୁଠାରୁବଡ ଉପଲବ୍ଧି । ଆଜିର ଏହି ପବିତ୍ର ଦିବସରେସେହି ଶହୀଦ ବୀର ପୋଲିସମାନଙ୍କ ଅମର
ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛିଓ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନାଜଣାଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Leave A Reply

Your email address will not be published.