ପାରାଦୀପ ବନ୍ଦରକୁ ସାମୁଦ୍ରିକ ଏବଂ କାର୍ଯ୍ୟ ପ୍ରଣାଳୀ ଉକ୍ରର୍ଷ ସମ୍ମାନ

0 65

ପାରାଦୀପ, (ଡି କେ ନୁ୍ୟଜ):ମୁମ୍ବାଇ ଠାରେ ତିନିଦିନ ଧରିଚାଲିଥିବା ବିଶ୍ୱ ସାମୁଦ୍ରିକ ଭାରତସମ୍ମିଳନୀ-୨୦୨୩ ଗତ
ଅକ୍ଟୋବର ୧୯ ତାରିଖ ଦିନଉଦଯାପିତ ହୋଇଯାଇଛି । ଏହିସମ୍ମିଳନୀକୁ ଭିଡିଓ କନଫରେନସିଙ୍ଗମାଧ୍ୟମରେ ଉଦଘାଟନ କରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଅମୃତକାଳ ଭିଜନ ୨୦୪୭ ସୁଦ୍ଧା୧୦ ଲକ୍ଷ କୋଟି ନିବେଶଯୋଜନା ଅନ୍ତର୍ଗତ ପ୍ରାୟ ୨୩
ହଜାର କୋଟି ଟଙ୍କାର ପ୍ରକଳ୍ପଉଦଘାଟନ କରିଥିଲେ ।ସେଥିମଧ୍ୟରୁ କେବଳ ପାରାଦୀପବନ୍ଦର ପାଇଁ ୯ ହଜାର କୋଟି
ତାଙ୍କର ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏଥିରୁ୬୫୫.୫୬ କୋଟି ବ୍ୟୟ ରେ୧୦ ଏମଟିପିଏ କ୍ଷମତା ବିଶିଷ୍ଟ
ଆଇରନ ଓର ବର୍ଥ, ୧୪୩୭.୭୬କୋଟି ଟଙ୍କାର ୩୦ ଏମଟିପିଏକ୍ଷମତାର ଇକ୍ୟୁ ୧,୨ ଓ ୩ ନମ୍ବର
ବର୍ଥର ଯାନ୍ତ୍ରିକରଣ, ୩୨୦୦ କୋଟିଟଙ୍କା ନିବେଶରେ ୮୨ କିଲୋମିଟରଦୀର୍ଘ ହରିଦାସପୁର ଓ ପାରାଦୀପ
ରେଳପଥ ପ୍ରକଳ୍ପ ନିର୍ମାଣ ଅନ୍ତର୍ଭୁକ୍ତ ।ଏତଦବ୍ୟତୀତ ବନ୍ଦରର ପଶ୍ଚିମପୋତାଶ୍ରୟର ଉନ୍ନତି କରଣ ଲାଗି
୩୦୦୪.୬୩ କୋଟି ମୂଲ୍ୟର ପ୍ରକଳ୍ପକାର୍ଯ୍ୟକ୍ଷମ ଯାହାର ଶିଳାନ୍ୟାସ ଉକ୍ତକାର୍ଯ୍ୟକ୍ରମରେ କରାଯାଇଥିଲା । ଏହି
କାର୍ଯ୍ୟକ୍ରମରେ କେନ୍ଦ୍ର ବନ୍ଦର, ଜାହାଜଚଳାଚଳ, ଜଳମାର୍ଗ ଏବଂ ଆୟୁଷମନ୍ତ୍ରଣାଳୟ ମନ୍ତ୍ରୀ ସର୍ବାନନ୍ଦ
ସୋନୋୱାଲ, ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀପିୟୁଷ ଗୋୟଲ, ଶିକ୍ଷା ଓ ଦକ୍ଷତା
ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ, ଗୁଜରାତ ମୁଖ୍ୟମନ୍ତ୍ରୀଭୂପେନ୍ଦ୍ରଭାଇ ପଟେଲ, ମହାରାଷ୍ଟ୍ର
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଫଡନାଭିସ, ଜାହାଜ ଚଳାଚଳରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଓ ଶାନ୍ତନୁଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି
ଅବସରରେ ପାରାଦୀପ ବନ୍ଦରକୁମେରିଟାଇମ ଓ ପୋର୍ଟଅପରେସନାଲ ଏକସିଲେନ୍ସ୨୦୨୩ ଆୱାର୍ଡ ପ୍ରଦାନ
କରାଯାଇଥିଲା । ପାରାଦୀପ ବନ୍ଦରଅଧ୍ୟକ୍ଷ ପି.ଏଲ.ହରନାଦ ଓ ଉପାଧ୍ୟକ୍ଷନୀଳର୍ଭ ଦାସଗୁପ୍ତା ଏହି ପୁରସ୍କାରଗ୍ରହଣ କରିଥିଲେ ବନ୍ଦର ଅଧ୍ୟକ୍ଷ
ଶ୍ରୀ ହରନାଦ ପାରାଦୀପ ବନ୍ଦରରଏହି ସଫଳତା ପାଇଁ ସମସ୍ତକର୍ମଚାରୀ ଓ ବନ୍ଦରବ୍ୟବହାରକାରୀଙ୍କୁ ଅଭିନନ୍ଦନ ଓ
ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହିତିନିଦିନ ବ୍ୟାପି ସମ୍ମିଳନୀରେପାରାଦୀପ ବନ୍ଦରରେ ବ୍ୟବସାୟ ପାଇଁବିଭିନ୍ନ ନିବେଷକ ପ୍ରାୟ ଏକ ଲକ୍ଷ
ଟଙ୍କାର ପୁଞ୍ଜି ନିବେଶ ପାଇଁ ଚୁକ୍ତିପତ୍ରସ୍ୱାକ୍ଷରିତ କରିଥିଲେ । ଏତଦବ୍ୟତୀତଏହି ସମ୍ମିଳନୀରେ ଓଡ଼ିଶାର ସାମୁଦ୍ରିକ
ବାଣିଜ୍ୟ ସମ୍ପର୍କିତ ଆୟୋଜିତ ଦୁଇଟିସେମିନାରରେ ପାରାଦୀପ ବନ୍ଦରକୁଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହୋଇପୁରସ୍କୃତ ହୋଇଥିଲା । ସେହିପରି
ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତଏକ ପ୍ରଦର୍ଶନୀ ପ୍ରମୁଖ ଆକର୍ଷଣ ଥିଲା,ଯାହା ମନ୍ତ୍ରୀ ଏବଂ ସଚିବ ମାନେ
ପରିଦର୍ଶନ କରି ବେସ ପ୍ରଶଂସାକରିଥିଲେ ।

Leave A Reply

Your email address will not be published.