ଦୁଇ ଆମେରିକୀୟ ମା’-ଝିଅଙ୍କୁ ଖଲାସ କଲା ହମାସ

0 63

ଗାଜା: ହମାସ କବଳରୁ ମୁକୁଳିଲେଆମେରିକୀୟ ମା’ଝିଅ । କତାରମଧ୍ୟସ୍ଥତା କରିବା ପରେ ବନ୍ଧକରେଥିବା ଦୁଇ ଆମେରିକୀୟ ମହିଳାଙ୍କୁ
ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ। ସେମାନେ ହେଉଛନ୍ତି ୫୯ ବର୍ଷୀୟଜୁଡ଼ିଥ ରେନନ ଓ ତାଙ୍କ ୧୮ବର୍ଷୀୟା ଝିଅ ନତାଲି ରେନନ ।
ହମାସ କବଳରୁ ମୁକ୍ତ ହେବା ପରେଆମେରିକା ବୈଦେଶିକ ମନ୍ତ୍ରୀଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତକରିଛନ୍ତି । ଅକ୍ଟୋବର ୭ ତାରିଖରୁ
ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁହମାସ୍ କବଜାରେ ଅଛନ୍ତି ୨୦୦ପଣବନ୍ଦୀ । ମୁକ୍ତ ହୋଇଥିବା ମା’ଝିଅ ଏବେ ଇସ୍ରାଏଲ ସୈନିକଙ୍କ
ହେପାଜତରେ ଥିବା ବେଳେ ଖୁବ୍ଶୀଘ୍ର ସେମାନଙ୍କୁ ଆମେରିକାକୁହସ୍ତାନ୍ତର କରାଯିବ ବୋଲିଆଇଡିଏଫ କହିଛି । ହମାସ
ପକ୍ଷରୁ ହୋଇଥିବା ଆକ୍ରମଣପରେ ଜୁଡ଼ିଥ ରେନନଙ୍କପରିବାରର ଆଉ ୧୦ ସଦସ୍ୟଏବେବି ନିଖୋଜ ଅଛନ୍ତି ।ହମାସ କବଳରୁ ମୁକ୍ତି ପରେ
ସେମାନଙ୍କୁ ଜେରୁଜେଲମସ୍ଥିତଆମେରିକୀୟ ଦୂତାବାସକୁଅଣାଯାଇଥିଲା । ସେଠାରେସେମାନେ ବାଇଡେନଙ୍କ ସହକଥା ହୋଇଥିଲେ । ମା’ ଓ ଝିଅଙ୍କ
ମୁକ୍ତି ସମ୍ପର୍କରେ ସୂଚନାଦେଇଥିଲେ ହମାସ ସଶସ୍ତ୍ରବାହିନୀଇଜ ଏଲ ଦିନ ଅଲ କାସମବ୍ରିଗେଡ ମୁଖପାତ୍ର ଆବୁ ଉବେଦା ।
ଗତ ଅକ୍ଟୋବର ୭ ତାରିଖରେକିବୁଜ ନାହାଲରୁ ସେମାନଙ୍କୁଅପହରଣ କରିନେଇଥିଲେ ହମାସଆତଙ୍କବାଦୀ । ସେମାନେ
ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କଗହଣରେ ଖୁସି ମନାଇବା ଲାଗିଗାଜା ସୀମାନ୍ତକୁ ଯାଇଥିଲେ ।
ଇସ୍ରାଏଲ ଓ ହମାସ ମଧ୍ୟରେ ଗତ୧୪ ଦିନ ହେଲାଣି ଚାଲିଛିଘମାଘୋଟ ଲଢ଼େଇ । ଏହିଲଢ଼େଇରେ ଏଯାବତ ୪ ହଜାରରୁ
ଅଧିକ ଜୀବନ ଗଲାଣି । ଏବେବିହମାସ ବହୁ ସଂଖ୍ୟକ ଇସ୍ରାଏଲନାଗରିକଙ୍କୁ ବନ୍ଦୀ କରି ରଖିଛି

Leave A Reply

Your email address will not be published.