ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ନକ୍ସଲ ନିହତ

0 58

ମାଲକାନଗିରି, (ଡିକେ ନୁ୍ୟଜ୍):ସୀମାନ୍ତରେ ସୁରକ୍ଷାବାହିନୀ ଓନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟହୋଇଛି । ଯବାନଙ୍କ ଗୁଳିରେ ୨ ଜଣନକ୍ସଲ ନିହତ ହୋଇଛନ୍ତି ।ମାଲକାନଗିରି ଜିଲ୍ଲା ସୀମାନ୍ତଛତିଶଗର କାଙ୍କେର ଜିଲ୍ଲାରେହୋଇଥିବା ଗୁଳିବିନିମୟରେ ୨ ଜଣମାଓବାଦୀ ନିପାତ ହୋଇଛନ୍ତି ।ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକସହ ବହୁ ପରିମାଣରେ ମାଓ ସାମଗ୍ରୀଜବତ କରିଛନ୍ତି । ସୂଚନା ଅନୁଯାୟୀ,କାଙ୍କେର ଜିଲ୍ଲା କୋୟେଲିବେଡା ଥାନାଅନ୍ତର୍ଗତ ଚିଲପରସ ଓ ଗୋମେମଧ୍ୟରେ ଥିବା ଜଙ୍ଗଲରେ ଶୁକ୍ରବାରରାତିରେ କିଛି ମାଓବାଦୀ ରହିଥିବାନେଇ ସ୍ଥାନୀୟ ପୁଲିସକୁ ସୂଚନାମିଳିଥିଲା । ଏହା ପରେ ବିଏସଏଫ୍ ଓଡିଆରଜି ଯବାନମାନେ ମିଳିତଭାବରେ ସର୍ଚ୍ଚ ଅପରେସନରେବାହାରିଥିଲେ । ଶନିବାର ସକାଳ ୭ଟା୪୫ ମିନିଟ ବେଳକୁ ଯବାନମାନେଗୋମେ ଗ୍ରାମ ନିକଟ ଜଙ୍ଗଲରେ ମାଓକ୍ୟାମ୍ପ ଥିବା ଠାବ କରିଥିଲେ ।ଯବାନମାନଙ୍କୁ ଦେଖି ମାଓବାଦୀମାନେଗୁଳି·ଳନା ଆରମ୍ଭ କରିଦେଇଥିଲେ ।ଏହାର ଜବାବରେ ଯବାନମାନେ ମଧ୍ୟପାଲଟା ଗୁଳି·ଳନା କରଥିଲେ ।ଯବାନଙ୍କ ଗୁଳିକୁ ସମ୍ମୁଖୀନ କରିନପାରି କିଛି ମାଓବାଦୀ ଘଟଣାସ୍ଥଳରୁଛତ୍ରଭଙ୍ଗ ଦେଇଥିଲେ । ପରେଯବାନମାନେ ସର୍ଚ୍ଚଅପରେସନବେଳେ ଘଟଣାସ୍ଥଳରୁ ୨ ଜଣ ପୁରୁଷମାଓବାଦୀଙ୍କ ମୃତଦେହ ଉଦ୍ଧାରକରିଥିଲେ । ସୂଚନାଯୋଗ୍ୟ, ଦିନକୁଦିନ ନକ୍ସଲ ଦୁର୍ଗ ଭାଙ୍ଗିବାରେ ଲାଗିଛି ।ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁମୁକାବିଲା କରିବାରେ ଆଗଭଳି ସଫଳହେଉ ନାହାନ୍ତି । ଅନ୍ୟପଟରେସରକାରଙ୍କ ବିକାଶମୂଳକ କାମରେଆକର୍ଷିତ ହୋଇ ମାଓ ଶିବିର ଛାଡ଼ିଭଲ ମଣିଷ ହେବାକୁ ଚେଷ୍ଟା ମଧ୍ୟକରୁଛନ୍ତି । ଗତ ବୁଧବାର ଦିନ ୩ଜଣ ନକ୍ସଲ ବିଜାପୁର ପୁଲିସନିକଟରେ ଆତ୍ମସମର୍ପଣ କରିଥିଲେ ।ଭେରମଗଡ଼ ଏରିଆ କମିଟିର ସଦସ୍ୟଲଚ୍ଛୁ ଫରସା, ତାଙ୍କର ପତ୍ନୀ ପାର୍ଟିସଦସ୍ୟ ହଡମେ ମାଣ୍ଡବୀଙ୍କ ସମେତମୋଟ ୩ ଜଣ ଏସ୍ପି ଆଞ୍ଜନେୟବାର୍ଷୋୟ ଓ ଅନ୍ୟ ବରିଷ୍ଠ ପୁଲିସଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣକରିଥିଲେ । ଏହି ଅବସରରେସେମାନେ କହିଥିଲେ ଯେ, ନକ୍ସଲସଂଗଠନ ଆଗ ଭଳି ନାହିଁ ।ସେମାନଙ୍କର କାର୍ଯ୍ୟଶେଳୀରେପରିବର୍ତ୍ତନ ଆସିଛି । ନକ୍ସଲ ନେତାଙ୍କରବ୍ୟବହାର ଅତିଷ୍ଠ କରିଛି । ସରକାରୀବ୍ୟବସ୍ଥା ଓ ନୀତିରେ ପ୍ରଭାବିତ ହୋଇଆମେ ଆତ୍ମସମର୍ପଣ କରିଛୁ ବୋଲିସେମାନେ ପୁଲିସକୁ କହିଥିଲେ

Leave A Reply

Your email address will not be published.