ଯମୁନା ଏକ୍ସପ୍ରେସ ୱେରେ ଦୁର୍ଘଟଣା : ୫ ମୃତ

0 74

ପଲାମୁ (ଝାଡ଼ଖଣ୍ଡ), ୨୧ ଅକ୍ଟୋବର (ହି.ସ.)- ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର
ଜିଲ୍ଲାରେ ଯମୁନା ଏକ୍ସପ୍ରେସ-ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତୁ୍ୟ
ଘଟିଛି । ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ
ସମସ୍ତେ ଝାଡ଼ଖଣ୍ଡର ପଲାମୁ ଥାନା ଅନ୍ତର୍ଗତ ହୁସୈନାବାଦର ଜପଲା କଚରା ଗ୍ରାମର ବୋଲି
ଜଣାପଡିଛି । ଦୁର୍ଗା ପୂଜା ଅବସରରେ ଏମାନେ ଦିଲ୍ଲୀରୁ ପଲାମ ସ୍ଥିତ ଘରକୁ ଫେରୁଥିଲେ ।
କୁହାଯାଉଛି ଯେ, ଏହି ଗାଡିରେ ୮ ଜଣ ଲୋକ ଯାତ୍ରା କରୁଥିଲେ । ତନ୍ମଧ୍ୟରୁ ୫ ଜଣଙ୍କର
ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ୩ ଶିଶୁ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ କୈଳାସ
ହସ୍ପିଟାଲ ଜେବରରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଉପେନ୍ଦ୍ର ବୈଠା (୩୮),
ବିଜେନ୍ଦ୍ର ବୈଠା (୩୬), କାନ୍ତି ଦେବୀ (୩୦), ଜ୍ୟୋତି (୧୨)ଏବଂ ଶ୍ରୀକାନ୍ତ କାମତ ବୈଠା (୪୫) । ଆହତ ମାନେ ହେଲେ ସୁରଜ
(୧୬), ଆୟୁଷ (୮) ଏବଂ ଆର୍ୟ୍ୟନ (୧୦) । ମୃତାହତ ମାନେ ସମସ୍ତେ
ଜେଜେ କଲୋନୀ ଫେଜ୍ -୩ ମଦନପୁର ଖାଦର ଥାନା କାଳିନ୍ଦୀ କୁଞ୍ଜ
ସାଉଥ ଦିଲ୍ଲୀରେ ରହୁଥିଲେ । କୁହାଯାଉଛି ଯେ, ଗ୍ରେଟର ନୋଏଡା ରବୁପୁରା
ଥାନା ଅଂଚଳରେ ଯମୁନା ଏକ୍ସପ୍ରେସ-ୱେ ରେ ଗ୍ରେଟର ନୋଏଡାରୁ ଆଗ୍ରା
ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ସେତେବେଳେ ହୋଇଥିଲା,
ଯେତେବେଳେ କି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଏହି
କାର୍କୁ ଧକ୍କା ଦେଇଥିଲା । ଏମାନେ ସମସ୍ତେ ଯମୁନା ଏକ୍ସପ୍ରେସ-ୱେ
ରାସ୍ତାରେ ଦିଲ୍ଲୀରୁ ଝାଡ଼ଖଣ୍ଡ ଅଭିମୁଖେ ଏହି କାର୍ ଯୋଗେ ଯାଉଥିଲେ ।

Leave A Reply

Your email address will not be published.