ଧୋନି ଏସବିଆଇର ବ୍ରାଣ୍ଡ ଆମ୍ବାସାଡର

0 173

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ
କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର
ବ୍ରାଣ୍ଡ ଆମ୍ବାସାଡର ଭାବେନିଯୁକ୍ତ କରିଛି । ବୃହତ୍ତମପବ୍ଲିକ ସେକ୍ଟର ବ୍ୟାଙ୍କ
ରବିବାର ଦିନ ମହେନ୍ଦ୍ରସିଂ ଧୋନିଙ୍କୁ ଏହାରଆମ୍ବାସାଡର ଭାବରେ
ନିଯୁକ୍ତ କରିବାକୁଘୋଷଣା କରିଛି ।ଏସବିଆଇର ବ୍ରାଣ୍ଡ
ଆମ୍ବାସାଡର ଭାବରେ ଏମଏସ ଧୋନି ମାର୍କେଟିଂ ଏବଂ ବିଜ୍ଞାପନର
ଭୂମିକା ଗ୍ରହଣ କରିବେ । ଏସବିଆଇର ଅଧ୍ୟକ୍ଷ ଦୀନେଶ ଖରା କହିଛନ୍ତି
ଯେ ଏସବିଆଇର ବ୍ରାଣ୍ଡ ଆମ୍ବାସାଡର ଭାବେ ଏମଏସ ଧୋନିଙ୍କୁ ସାମିଲ
କରି ଆମେ ବହୁତ ଖୁସି । ସେ କହିଛନ୍ତି ଯେ ଏସବିଆଇ ସହିତ ଧୋନି
ଯୋଗ ଦେବା ଆମ ବ୍ରାଣ୍ଡକୁ ଏକ ନୂଆ ଉପଲବ୍ଧି ଦେବ । ଆମର ଲକ୍ଷ୍ୟ
ହେଉଛି ବିଶ୍ୱାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା
ଆମର ଗ୍ରାହକଙ୍କୁ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ କରିବା
। ତେବେ ଆମ୍ବାସଡର ଭାବେ ନିଯୁକ୍ତ ହେବା ପରେ ଏଣିକି ଧୋନି
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ଅଫର ସହ ୟୋନ ଆପ ବାବଦରେ
ପ୍ରଚାର କରିବେ । ଉଲ୍ଲେଖ ଥାଉ କି ବ୍ୟାଙ୍କର ସମ୍ପତ୍ତି, ଜମା, ଶାଖା,
ଗ୍ରାହକ ଏବଂ କର୍ମଚାରୀଙ୍କ କ୍ଷେତ୍ରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
ହେଉଛି ସର୍ବବୃହତ ବାଣିଜି୍ୟକ ବ୍ୟାଙ୍କ । ଏହା ମଧ୍ୟ ଦେଶର ସବୁଠାରୁ
ବଡ ଋଣ ପ୍ରଦାନ କରିଥିବା ବ୍ୟାଙ୍କ, ଯାହା ଏପର୍ଯ୍ୟନ୍ତ ୩୦ ଲକ୍ଷରୁ
ଅଧିକ ଭାରତୀୟ ପରିବାରଙ୍କ ଘର କିଣିବାର ସ୍ୱପ୍ନ ପୂରଣ କରିଛି ।

Leave A Reply

Your email address will not be published.