କେରଳ ବିସ୍ଫୋରଣ : ମୁମ୍ବାଇ-ଦିଲ୍ଲୀରେ ହାଇଆଲର୍ଟ

0 62

ନୂଆଦିଲ୍ଲୀ,୨୯ା୧୦ : କେରଳଏର୍ଣ୍ଣାକୁଲମା କନଭେନ୍ସନ ହଲରେପ୍ରାର୍ଥନା ଚାଲିଥିବା ବେଳେ ହୋଇଥିବା
ବିସ୍ଫୋରଣ ମାମଲାର ଏକ ନୂଆ ତଥ୍ୟସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁଆଇଇଡି ଓ ଇନ୍ସେଣ୍ଡିୟରୀ ଡିଭାଇସର
ବ୍ୟବହାର କରାଯାଇଥିଲା । ଏହିବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେଲୁ·ଇ ରଖାଯାଇଥିଲା ବୋଲି ପ୍ରାଥମିକ
ଯାଞ୍ଚରୁ ଜଣାପଡିଛି । ଆଜି ସକାଳୁଏର୍ଣ୍ଣାକୁଲମ ସ୍ଥିତ କନ୍ଭେନ୍ସନ୍ ହଲରେଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ·ଲିଥିଲା ।
ଏତିକିବେଳେ ଭୟଙ୍କର ବିସ୍ଫୋରଣରେଦୋହଲି ଉଠିଥିଲା ପୂରା ହଲ । ଏଥିରେଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ
୪୦ରୁ ଅଧିକ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥାଗୁରୁତର ରହିଛି । ଏହି ଆହତଙ୍କ ମଧ୍ୟରେ
ଛୋଟ ଛୁଆ ମଧ୍ୟ ଅଛନ୍ତି । ପୋଲିସ ସୂଚନାମୁତାବକ, ଏଠାରେ ଲଗାତର ତିନି ଥରବିସ୍ଫୋରଣ ହୋଇଛି । ୯.୩୦ରେ ପ୍ରଥମ
ବିସ୍ଫୋରଣ ହୋଇଥିଲା । ଏହାପରେ ଆଉଦୁଇଟି ବିସ୍ଫୋରଣ ହୋଇଥିଲା । ଫଳରେଲୋକେ ଭୟଭୀତ ହୋଇପଡିଥିଲେ । ଏଣେ
ତେଣେ ଦୌଡିବାକୁ ଲାଗିଥିଲେ ।ବିସ୍ଫୋରଣ ଖବର ପାଇବା ମାତ୍ରେଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏଓ କେରଳ ପୋଲିସ । କେହି ଯେପରି
ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁଟିଫିନ୍ ଭିତରେ ରଖାଯାଇଥିଲା । ଏହିସିରିଜ ବିସ୍ଫୋରଣର ତଦନ୍ତ ଏନ୍ଆଇଓ ଏନ୍ଏସ୍ଜି କରୁଛନ୍ତି । ଏହି
କନ୍ଭେନସନ୍ ସେଣ୍ଟରରେ ଆୟୋଜିତତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷଦିନ ଥିଲା । ଏଥିପାଇଁ ପାଖାପାଖି ୨ହଜାରରୁ ଅଧିକ ଲୋକେ ଏକାଠି ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ
ଏକାଠି ହୋଇ ପ୍ରାର୍ଥନା କରିଥିଲେ । ଏତିକି ବେଳେ ବିସ୍ଫୋରଣହୋଇଥିଲା । ବିସ୍ଫୋରଣ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ
ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିଦେ୍ର୍ଦଶ
ଦେଇଛନ୍ତି । ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁକହିଛନ୍ତି । ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ
ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କସହ କଥା ହୋଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କେରଳରେ ବିସ୍ଫୋରଣପରେ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ, ମହାରାଷ୍ଟ୍ର ଓ
ତାମିଲନାଡୁରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ପୁଲିସ ପକ୍ଷରୁ·ରିଆଡେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ପ୍ରତିଟିଜିନିଷର ତନ ତନ କରି ଯାଞ୍ଚ ·ଲିଛି ।

Leave A Reply

Your email address will not be published.