ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

0 97

ଲକ୍ଷ୍ନୌ, ୨୯ା୧୦: ବିଶ୍ୱକପରେ ଟିମଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ୧୦୦ ରନରେ ପରାସ୍ତ କଲା ଭାରତ ।
ଇଂଲଣ୍ଡ ଆଗରେ ୨୩୦ ରନରବିଜୟ ଲକ୍ଷ୍ୟ ରହିଥିବା ବେଳେ ମାତ୍ର୧୨୯ ରନରେ ଅଲଆଉଟ୍ ହୋଇଛି
ଇଂଲଣ୍ଡ । ୧୨ ପଏଣ୍ଟ ସହ ଟେବୁଲରଶୀର୍ଷ ସ୍ଥାନରେ ରହିଛି ଭାରତ । ସାମି୪ ୱିକେଟ ଅକ୍ତିଆର କରିଥିବାବେଳେ
ବୁମରା ୩, କୁଲଦୀପ ଯାଦବ ୨ଏବଂ ଜାଡେଜାଙ୍କୁ ଗୋଟିଏ ୱିକେଟମିଳିଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ
ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବାଭାରତକୁ ଆରମ୍ଭରୁ ତିନିଜଣ ତାରକା
ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ବିରାଟକୋହଲି ଓ ଶ୍ରେୟସ ଆୟରଙ୍କ ୱିକେଟ୍ହରାଇ ବିପର୍ଯ୍ୟୟର ସମ୍ମୁଖୀନ
ହୋଇଥିଲା । ଗିଲ୍ ୯ ରନ, କୋହଲି୦ ଓ ଆୟର ୪ ରନ କରି ଆଉଟହୋଇଥିଲେ । ତେବେ ଗୋଟିଏ ପଟେ
ୱିକେଟ ପଡ଼ି·ଲିଥିବାବେଳେଅନ୍ୟପଟେ ଅଧିନାୟକ ରୋହିତ ଶର୍ମାଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ
ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାରଯାଦବଙ୍କ ସହ ମିଶି ଉପଯୋଗୀ
ପାର୍ଟନରସିପ କରିବା ସହ ସ୍କୋରକୁଏକ ସମ୍ମାନଜନକ ସ୍ତରକୁନେଇଯାଇଥିଲେ । ରୋହିତ ୮୭ ରନ
କରି ଆଉଟ ହେବାସହ ଶତକରୁବଞ୍ଚିତ ହୋଇଥିବାବେଳେ ସୂର୍ଯ୍ୟ ୪୯ରନ କରି ଆଉଟ ହୋଇ ଅର୍ଦ୍ଧଶତକରୁ
ବଞ୍ଚିତ ହୋଇଥିଲେ । ଭାରତ ନିର୍ଦ୍ଧାରିତ୫୦ ଓଭରରେ ୯ ୱିକେଟ ହରାଇ୨୨୯ ରନ କରିଥିଲା ।

Leave A Reply

Your email address will not be published.