ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

0 102

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ରାଜଭବନରେରାଜ୍ୟପାଳ ରଘୁବର ଦାସ । ପୁରୀରୁ ଆସି ଭୁବନେଶ୍ୱରରେପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ
ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ନେବାପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।ଓଡ଼ିଶାବାସୀଙ୍କ ସେବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି
ନବନିଯୁକ୍ତ ରାଜ୍ୟପାଳ । ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ୱାର୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି । ଆସନ୍ତାକାଲିସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜଭବନ ଅଭିଷେକ
ହଲରେ ଶପଥ ଗ୍ରହଣ ଉତ୍ସବ ହେବ । କାଲି ଦିନ ୧୧ ଟା୪୫ରେ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ।ହାଇକୋର୍ଟର ମୁଖ୍ୟ ବି·ରପତି ତାଙ୍କୁ ଶପଥ ପାଠ କରାଇବେ ।
ରଘୁବର ଦାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡରମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ରଘୁବର ଦାସ । ବିଜେପି ଗଠନ ବେଳେ
ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେହିପରି ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ନବନିଯୁକ୍ତରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ।
ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ନବ ନିଯୁକ୍ତ ରାଜ୍ୟପାଳ ଓଡିଶାର ବିକାଶକୁସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ମୁଁ ବହୁତ
ଭାଗ୍ୟଶାଳୀ, ମତେ ଓଡିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା ।ଗରିବ, ଶୋଷିତ ଏବଂ ବଞ୍ଚିତଙ୍କ ଜୀବନଧାରଣରମାନ ଯେପରି ଉପରକୁ ଉଠିବ
ସେ ନେଇ ସର୍ବଦା ତାଙ୍କର ଚେଷ୍ଟା ଜାରି ରହିବ । ଜଣେ ମହାସେବକ ଭାବେକେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ୱ ନେବେ ବୋଲି
ସେ କହିଥିଲେ । ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ମୁଁ ଜଗନ୍ନାଥଙ୍କପାଖରେ ପ୍ରାର୍ଥନା କଲି । ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା
ଖୋଲା ରହିବ ବୋଲି ନବନିଯୁକ୍ତ ରାଜ୍ୟପାଳ କହିଥିଲେ । ନବନିଯୁକ୍ତ ରାଜ୍ୟପାଳଶ୍ରୀ ଦାସ ଟାଟାନଗରରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଆଜି ଭୋରରେ
ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ । ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେନୂଆ ରାଜ୍ୟପାଳଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ସ୍ୱାଗତ କରିଥିଲେ । ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାପ୍ରଦାନ କରାଯାଇଥିଲା । ଷ୍ଟେସନରୁ ସେ ସିଧାସଳଖ ପୁରୀ ରାଜଭବନକୁ ଯାଇ
କିଛି ସମୟ ବିଶ୍ରାମ କରିବା ପରେ ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁଦର୍ଶନ କରିଥିଲେ ।

Leave A Reply

Your email address will not be published.