ହବିଷ୍ୟାଳିଙ୍କ ଭିଡ଼ରେ ଶ୍ରୀକ୍ଷେତ୍ରରେ ଭକ୍ତିପୂତ ପରିବେଶ

0 85

ପୁରୀ,(ଡ଼ିକେ ନୁ୍ୟଜ):ରାଜ୍ୟରକୋଣଅନୁକୋଣରୁ ହବିଷ୍ୟାଳିମାନେପହଞ୍ଚିଛନ୍ତି ଶ୍ରୀକ୍ଷେତ୍ରରେ ।ବ୍ରତଚାରିଣୀଙ୍କ ଆଗମନରେ
ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିପୂତପରିବେଶ । ହବିଷ୍ୟ ପାଳନ,ଦେବଦର୍ଶନ, ପୁରାଣ ଶ୍ରବଣ,ଧର୍ମାଚରଣ ଓ ଧର୍ମ ଆଲୋଚନାରେ
ଦିନ ବିତାଇବାକୁ ବହୁ ସଂଖ୍ୟକବ୍ରତଚାରିଣୀ ବିଭିନ୍ନ ମଠବାଡି, ଲଜିଂ,ଧର୍ମଶାଳାରେ ରହି କାର୍ତ୍ତିକ ବ୍ରତପାଳନ କରୁଥିବା ବେଳେ ଚଳିତବର୍ଷ
ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାହବିଷ୍ୟାଳି ଶିବିରରେ ୩ହଜାର୨୪ଜଣ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥାକରାଯାଇଛି । ଆଜି ପହିଲି କାର୍ତ୍ତିକର
ପ୍ରତୁ୍ୟଷରେ ହବିଷ୍ୟାଳିମାନେଶ୍ୱେତଗଙ୍ଗା, ମାର୍କଣ୍ଡେୟ, ନରେନ୍ଦ୍ର ଓଇନ୍ଦ୍ରଦୁ୍ୟମ୍ନ ସରୋବରରେ ସ୍ନାନ କରିପାହାନ୍ତା ପ୍ରହରରେ ପାରମ୍ପରିକ
ବିଧିବିଧାନ ଅନୁଯାୟୀ ରାଧାଦାମୋଦର ପୂଜା କରିଥିଲେ । ତୁଳସୀଚଉରାମୂଳେ ବିଭିନ୍ନ ରଙ୍ଗରମୂରୁଜରେ ଚିତା ପକାଇଥିଲେ । ଧୂପ,
ଦୀପ, ନୈବେଦ୍ୟ ଅର୍ପଣ ପୂର୍ବକବ୍ରତଚାରିଣୀମାନେ କାର୍ତ୍ତିକ ମାସରଅଧିଦେବତା ରାଧାଦାମୋଦରଙ୍କୁପୂଜା କରିଥିଲେ । ବିଭିନ୍ନ ଫଳ ଓ
ଖଇକୋରା ଆଦି ଭୋଗଲଗାଇଥିଲେ । ବ୍ରତଚାରିଣୀମାନେକାର୍ତ୍ତିକ ବ୍ରତ ପାଇଁ ସଂକଳ୍ପ କରିବାପରେ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା
କରିଥିଲେ । ମନ୍ଦିର ବେଢାରେହଜାର ହଜାର ହବିଷ୍ୟାଳି ଉପସ୍ଥିତରହି ପୁରାଣ ଶ୍ରବଣ କରିଥିଲେ ।ସ୍ଥାନେ ସ୍ଥାନେ ହବିଷ୍ୟାଳିମାନେ
ସମବେତ ହୋଇ କାର୍ତ୍ତିକ ପୁରାଣଗାନ କରୁଥିବା ଦେଖାଯାଇଥିଲା ।ପହିଲି କାର୍ତ୍ତିକରେ ବହୁ ସଂଖ୍ୟକସଂକୀର୍ତ୍ତନ ଦଳ ଆଜି ଶ୍ରୀମନ୍ଦିର
ପରିକ୍ରମା କରିଛନ୍ତି । ଆଜି ବହୁଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯାଇଶ୍ରୀଜିଉମାନଙ୍କର ରାଧାଦାମୋଦରବେଶ ଦର୍ଶନ କରିଛନ୍ତି । ନରେନ୍ଦ୍ର
କୋଣ ନିକଟରେ ନିର୍ମାଣ କରାଯାଇଥିବା ସାତ ମହଲା ବିଶିଷ୍ଟ ସ୍ଥାୟୀହବିଷ୍ୟାଳି ଶିବିର ‘ବୃନ୍ଦାବତୀ’ରେ
୧୬୫୦ ହବିଷ୍ୟାଳି ରହିବାରବ୍ୟବସ୍ଥା ଥିବାବେଳେ ଅକ୍ଷୟ ପାତ୍ରଫାଉଣ୍ଡେସନ,ବଗଲା ଧର୍ମଶାଳା,
ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହିସ୍ଥିତ କଲ୍ୟାଣ ମଣ୍ଡପରେ ମଧ୍ୟଅସ୍ଥାୟୀ ହବିଷ୍ୟାଳି ଶିବିର
କରାଯାଇଛି । ଏହି ସବୁ ହବିଷ୍ୟାଳିଶିବିରରେ ଜିଲ୍ଲାପ୍ରଶାସନ ପକ୍ଷରୁବ୍ରତଚାରିଣୀମାନଙ୍କ ସମସ୍ତ ପ୍ରକାର
ବ୍ୟବସ୍ଥା ସୁବିଧା କରାଯାଇଛି । ଏହିମାଗଣା ଆବାସସ୍ଥଳୀରେ ସନ୍ଧ୍ୟାପରେ ଜମିଛି ଭଜନ, ସଂକୀର୍ତ୍ତନର
ଆସର । ବ୍ରତଚାରିଣୀମାନେ ଶ୍ରବଣକରିଛନ୍ତି ମହାକାର୍ତ୍ତିକ ପୁରାଣ ।

Leave A Reply

Your email address will not be published.