କାଗଜକଲମରେ ସରକାରୀ ଯୋଜନା ସାଇକେଲରେ ବୁହାହେଲେ ଗର୍ଭବତୀ

0 71

ନବରଙ୍ଗପୁର,୧୨ା୭(ଡିକେ ନ୍ୟୁଜ): ରାଜ୍ୟ ଓ କେନ୍ଦ୍ର ସରକାର ଗର୍ଭବତୀ ମହିଳାଙ୍କ ବିକାଶ ପାଇଁ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି, ହେଲେ ଏହି ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ ପାଲିଆ ପଞ୍ଚାୟତର ଦିଉଡୁଗୁଡା ଗ୍ରାମରେ । ଏହି ଗ୍ରାମରେ ଚୈତନ୍ୟ ସାନ୍ତାଙ୍କ ସ୍ତ୍ରୀ ରୋଇଲା ସାନ୍ତା ସୋମବାର ପାହାନ୍ତିଆ ୪ ଘଣ୍ଟା ସମୟରେ ରୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ୟପରେ ଆଶା ଦିଦି କୁ ସକାଳ ଛଅଘଣ୍ଟା ସମୟରେ ଖବର ଦେଇଥିଲେ । ଏହା ପରେ ପରିବାର ବର୍ଗ ତଥା ଆଶା ଦିଦି ୧୦୮ ଓ ୧୦୨ ଗାଡ଼ିକୁ ବାରମ୍ବାର ଫୋନ୍‌ କରିଥିଲେ । ଗ୍ରାମରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏହା ସହିତ ଲଗାଣ ବର୍ଷା ଲାଗି ରହିଥିଲା । ବର୍ଷା ଯୋଗୁଁ ରାସ୍ତାଟି କାଦୁଅରେ ପୋଚ ପୋଚ ହୋଇ ଚାଲିଯିବା ପାଇଁ ମଧ୍ୟ ବହୁତ କଷ୍ଟ । ସେଥି ଯୋଗୁଁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିଲା ୧୦୨ ଆମ୍ବୁଲାନ୍ସୟ । ଉପାୟ ଶୂନ୍ୟ ପରିବାର ଶେଷରେ ବାଧ୍ୟହୋଇ ଗର୍ଭବତୀ ମହିଳାଙ୍କୁ ଦୁଇଟି ସାଇକଲକୁ ଯୋଡି ରଥ ଭଳି ତିଆରି କରି ଗର୍ଭବତୀଙ୍କୁ ପ୍ରାୟ ଦେଢ଼ କିମି ରାସ୍ତା ବୋହି ଆଣି ୧୦୨ ଗାଡ଼ିରେ ପଠାଇଥିଲେ । ବାରମ୍ବାର ପ୍ରଶାସନ ପାଖରେ ରାସ୍ତା ପାଇଁ ଗୁହାରି କରିଥିଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାଧ୍ୟ ହୋଇ ନିଜର କର୍ମକୁ ଆଦରିବା ଛଡା ଏମାନଙ୍କ ଆଉ କୌଣସି ଉପାୟ ନାହିଁ । ବର୍ତ୍ତମାନ ଗର୍ଭବତୀଙ୍କୁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.