ଫ୍ରି ବୁଷ୍ଟର ଡୋଜ ନିଷ୍ପତ୍ତିକୁ ନବୀନଙ୍କ ସ୍ୱାଗତ, ବିପଦ ଟଳିନି: ମାସ୍କ ପିନ୍ଧନ୍ତୁ

0 78

ଭୁବନେଶ୍ୱର, ୧୩ା୭(ଡିକେ ନ୍ୟୁଜ): କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଫ୍ରି କୋଭିଡ ଡୋଜ ପ୍ରଦାନ କରିବା ଲାଗି ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତିମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ । ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତଙ୍କୁ ଏହି ସ୍ପେସାଲ ଡ୍ରାଇଭରେ ଯୋଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶ ସ୍ୱାଧନତାର ୭୫ ବର୍ଷ ଉତ୍ସବ ପାଳୁଥିବାବେଳେ କେନ୍ଦ୍ର ସରକାର ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଯଦ୍ୱାରା ଅନେକ ଏଭଳି ଅମୃତ କାଳରେ ଦେଶବାସୀଙ୍କୁ ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏକ ୭୫ ଦିନିଆ ସ୍ୱତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି ।

Leave A Reply

Your email address will not be published.