ଅଗଷ୍ଟ ପହିଲାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

0 68

ଭୁବନେଶ୍ୱର, ୧୩ା୭(ଡିକେ ନ୍ୟୁଜ): ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ହୋଇଛି । ଛାତ୍ରଛାତ୍ରୀ ଆସନ୍ତା ୧୭ ତାରିଖ ଯାଏଁ ଏକକ ପିଜି ପ୍ରବେଶିକା ଲାଗି ଆବେଦନ କରିପାରିବେ । ଜୁଲାଇ ୧୮ ଓ ୧୯ ତାରିଖ ଦୁଇଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ । ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧ରୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ । ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୧୦ରୁ ୧୧.୩୦, ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ରୁ ୪.୩୦ ଯାଏ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ ଡବ୍ଲୁଡବ୍ଲୁଡବ୍ଳୁ.ସାମ୍ସଓଡ଼ିଶା.ଜିଓଭି.ଇନ୍‌ ରୁ ପାଇପାରିବେ ବୋଲି ବିଭାଗ ଦର୍ଶାଇଛି । ସେହିପରି ଅଗଷ୍ଟ ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ(ଚଏସ ଫିଲିଂ) କରିବେ । ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ । ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ୮ ତାରିଖ ସଂଧ୍ୟା ୭ଟାରେ ସାମ୍ସ ଇ-ସ୍ପେସରେ ଅପଲୋଡ ହେବାକୁ ଥିବାବେଳେ ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.