ଜୁଲାଇ ୨୬ରେ ରାମସେତୁ ମାମଲାର ଶୁଣାଣି

0 84

ନୂଆଦିଲ୍ଲୀ ୧୩ ।୭: ରାମସେତୁକୁ ରାଷ୍ଟ୍ରୀୟ ଐତିହ୍ୟ ସ୍ମାରକ ଭାବରେ ଘୋଷଣା କରିବାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ଉପରେ ଆସନ୍ତା ୨୬ ଜୁଲାଇରେ ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ତେବେ ସୁବ୍ରମଣ୍ୟମ ସ୍ୱାମୀ ଦାବୀ କରିଛନ୍ତି ଯେ, ରାମସେତୁକୁ ଭାରତର ଐତିହ୍ୟ ସ୍ମାରକୀ ଭାବରେ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, ଏହି ମାମଲା ଦିର୍ଘ ସମୟ ଧରି ସୁପ୍ରିମକୋର୍ଟରେ ବିଚାରଧିନ ରହିଥିବା ବେଳେ ତୁରନ୍ତ ଏହାର ଶୁଣାଣୀ କରିବାର ଆବଶ୍ୟକତା ରହିଛି । ସୂଚନା ଥାଉକି ରାମସେତୁକୁ ଭାରତ ଐତିହ୍ୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ନେଇ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୨୬ ଜୁଲାଇରେ ସୁପ୍ରିମକୋର୍ଟ କରିବେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌.ଭି.ରମଣ, ବିଚାରପତି କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପିଠ ଏହି ଆବେଦନର ଶୁଣାଣିକୁ ନେଇ ଆସନ୍ତା ୨୬ ଜୁଲାଇ ଧାର୍ଯ୍ୟ କରିଛନ୍ତି । ସୂଚନାଅନୁସାରେ ରାମସେତୁ ତାମିଲନାଡ଼ୁର ପମ୍ବନ୍ ଦ୍ୱୀପ ଓ ମନ୍ନାର ଦ୍ୱୀପକୁ ସଂଯୋଗ କରୁଛି । ତେଣୁ ଏହାକୁ ଆଡାମ୍ସ ବ୍ରିଜ୍ ମଧ୍ୟ କୁହାଯାଏ । ଯଦିଓ କେନ୍ଦ୍ର ସରକାର ରାମସେତୁ ମାମଲାକୁ ନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି, ତଥାପି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ହେବ । ତେବେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ପୂର୍ବରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସେତୁ ସମୁଦ୍ରମ୍ ପ୍ରକଳ୍ପ ସହିତ ରାମସେତୁ ବିଶୟରେ କହିଥିଲେ । ସରକାରଙ୍କର କହିବା କଥା ହେଲା, ସମୁଦ୍ରରେ ଜାହାଜ ଗୁଡ଼ିକର ଗତିବିଧିକୁ ସହଜ କରିବା ପାଇଁ ସେତୁ ସମୁଦ୍ରମ ପ୍ରକଳ୍ପକୁ ନେଇ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହା ଦ୍ୱାରା ରାମସେତୁକୁ କୌଣସି ବି କ୍ଷତି ପହଞ୍ଚିବ ନାହିଁ । ପ୍ରକଳ୍ପକୁ ନେଇ ସରକାର ଦ୍ୱିତୀୟ ରାସ୍ତା ଖୋଜିବେ । ତେବେ ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, ସେ ଏହି ମାମଲାର ପ୍ରଥମ ରାଉଣ୍ଡ ଜିତି ସାରିଛନ୍ତି । ଯେଉଁଥିରେ କେନ୍ଦ୍ର ରାମସେତୁର ଅସ୍ତିତ୍ୱକୁ ସ୍ୱୀକାର କରିଥିଲା । ତାଙ୍କ କହିବା ମୁତାବକ, ଏହି ମାମଲାକୁ ନେଇ ଫ୍ରଣ୍ଟରେ ଥିବା କେନ୍ଦ୍ର ମନ୍ତ୍ରୀ ୨୦୧୭ରେ ଏକ ବୈଠକ ଡକାଇଥିଲେ, କିନ୍ତୁ ସେହି ବୈଠକ ପରେ କିଛି ବି ସମାଧାନ ହୋଇନଥିଲା । ତେବେ ବିବାଦୀୟ ହୋଇଥିବା ସେତୁ ସମୁଦ୍ରମ ପ୍ରକଳ୍ପ ବିରୁଦ୍ଧରେ ନିଜର ଜନହିତ ଆବେଦନରେ ରାମସେତୁକୁ ରାଷ୍ଟ୍ରୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ଅପିଲ୍ କରିଥିଲେ । ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଆବେଦନରେ କହିଛନ୍ତି ଯେ, ସୁପ୍ରିମକୋର୍ଟ ତୁରନ୍ତ ଏହି ମାମଲାକୁ ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ ସହିତ ରାମ ସେତୁକୁ ଜାତୀୟ ପ୍ରମୁଖ ପ୍ରାଚୀନ ସ୍ମାରକୀ ଭାବରେ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.