ଲଣ୍ଡନରେ ନନ୍ଦିତାଙ୍କୁ ବିବାହ କରିବେ ବିଦ୍ୟୁତ୍ ଜାମୱାଲ

0 71

ମୁମ୍ବାଇ, ୧୩ା୭: ବିଦ୍ୟୁତ ଜାମୱାଲଙ୍କ ଗତ ବର୍ଷ ତଥା ସେପ୍ଟେମ୍ବର ୨୦୨୧ରେ ନନ୍ଦିତା ମହତାନୀଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ପ୍ରେମର ସଙ୍କେତ ଭାବରେ ତାଜମହଲ ସମ୍ମୁଖରେ ପୋଜ୍ କରୁଥିବା ବେଳେ ଉଭୟ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବର୍ତ୍ତମାନ ଶୁଣିବାକୁ ମିଳିଛି କି ତାଙ୍କ ବିବାହର ପ୍ରସ୍ତୁତି ଚାଲିଛି । ଏ ମାସର ଏକ ବିଶେଷ ତାରିଖରେ ହିଁ ଉଭୟଙ୍କର ହାତଗଣ୍ଠି ପଡିବ ବୋଲି କୁହାଯାଉଛି । ନିକଟରେ ବିଦ୍ୟୁତ ଜାମୱାଲ ଏବଂ ନନ୍ଦିତା ମହତାନି ଲଣ୍ଡନରେ ଅଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଯେଉଁଠାରେ ସେ ତାଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । କିନ୍ତୁ ତାହା ଏବେ ଶେଷ ହୋଇଛି । ସେ ତାଙ୍କ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି, ତେଣୁ ଏଥିପାଇଁ ସେ କିଛି ଦିନ ପୂର୍ବରୁ ଉଭୟ ଲଣ୍ଡନରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ଆସନ୍ତା ୧୫ ଦିନ ମଧ୍ୟରେ ଉଭୟ ବିବାହ କରିବେ ଏବଂ ପରେ ସେମାନେ ଭାରତକୁ ଫେରିବେ । କହିବାକୁ ଗଲେ ବିଦ୍ୟୁତ ଫିଲ୍ମ ଖୁଦା ହାଫିଜରେ ନଜର ଆସିଛନ୍ତି । ତେଣୁ ଏବେ ତାଙ୍କ ହାତରେ ଆହୁରି ବଡ ବଡ ପ୍ରୋଜେକ୍ଟ ରହିଛି । କିନ୍ତୁ ଏବେ ବିବାହ ପରେ ହିଁ ଫିଲ୍ମରେ ନଜର ଆସିବେ ।

Leave A Reply

Your email address will not be published.