ରଥଯାତ୍ରା ପରେ ବୋଲବମ୍‌ ଜୁଲାଇ ଶେଷରେ ଶୀର୍ଷ ଛୁଇଁବ ସଂକ୍ରମଣ !

0 66

ଭୁବନେଶ୍ୱର, ୧୪ା୭(ଡିକେ ନ୍ୟୁଜ): ପୁଣିଥରେ ସକ୍ରିୟ ହେଉଛି କରୋନା ଭାଇରସ୍ । ଦେଶ ଓ ରାଜ୍ୟରେ ବଢ଼ୁଛି କରୋନା ଗ୍ରାଫ୍ । ଦେଶରେ ୨୦ହଜାର ଓ ରାଜ୍ୟରେ ୮୦୦ ପାର୍ କରିଛି ସଂକ୍ରମଣ । ଦେଶରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୩୬ହଜାର ୭୬ ଥିବାବେଳେ ରାଜ୍ୟରେ ୨୪ ଘଣ୍ଟାରେ ୮୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଳା ଚିନ୍ତା ବଢ଼ାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୩୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ବାହାରିଛନ୍ତି ୧୧୯ ପଜିଟିଭ୍ । ଜୁଲାଇ ୧୦ରେ ୫୭୬ ପଜିଟିଭ ଥିବାବେଳେ ୧୧ରେ ୫୭୨, ୧୨ରେ ୫୦୯, ୧୩ରେ ୭୪୩ ଓ ୧୪ରେ ୮୦୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କରୋନାକୁ ନେଇ ବଢ଼ୁଛି ଟେନ୍‌ସନ୍ । ରଥଯାତ୍ରା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ଯୋଗୁଁ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଏବେଠାରୁ ପ୍ରତିକାତ୍ମକ ବ୍ୟବସ୍ଥାକୁ କଡାକଡି କରାନଗଲେ ଆଗାମୀ ଦିନରେ ସ୍ଥିତି ବିଗିଡିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଆଦି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହି ରାଜ୍ୟଗୁଡିକ ସହ ଓଡ଼ିଶାକୁ ଆକାଶ, ସଡକ ଓ ରେଳପଥରେ ବହୁ ଲୋକ ଯିବା ଆସିବା କରୁଥିବା ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ଅଧିକ ହେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । ତେଣୁ ଏବେଠାରୁ ପୂର୍ବଭଳି ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ ।
କରୋନା ସଂକ୍ରମଣକୁ ଆଖିଆଗରେ ରଖି ଭୁବନେଶ୍ୱର ଓ କଟକ ମହାନଗର ନିଗମ ପକ୍ଷରୁ ମାସ୍କ ପରିଧାନ, ଭିଡ ଏଡାଇବା, ପରସ୍ପର ମଧ୍ୟରେ ଦୂରତା ରଖିବା, ରାସ୍ତାରେ ଛେପ ନ ପକାଇବା ଆଦି କେତେକ କଟକଣା ଜାରି କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମରେ ଏହି ନିୟମ ବାଧ୍ୟତାମୂଳକ କରାଯାଇଛି । ହେଲେ ଲୋକେ କଟକଣାକୁ ମାନୁନଥିବା ଦେଖାଯାଇଛି । ଦୈନିକ ସଂକ୍ରମଣ ହଜାରେ ଛୁଇଁବାକୁ ଆଉ ଅଳ୍ପ ବାଟ ଅଛି । ତେଣୁ ଜୁଲାଇ ଶେଷରେ ସଂକ୍ରମଣ ପିକ୍ ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆଜିଠାରୁ ୧୮ରୁ ୫୯ବର୍ଷ ବର୍ଗଙ୍କୁ ମାଗଣାରେ ପ୍ରିକ୍‌ସନ୍ ଡୋଜ୍‌ ଦିଆଯିବ । ଏହା ୭୫ଦିନ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ପ୍ରାୟ ୩ହଜାର କେନ୍ଦ୍ରରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ୧୮ରୁ ୫୯ ବର୍ଷ ମଧ୍ୟରେ ୨କୋଟି ୬୫ଲକ୍ଷ ୮୫ହଜାର ହିତାଧିକାରୀ ଥିବାବେଳେ ସେଥିମଧ୍ୟରୁ ୧ଲକ୍ଷ ୫୦ହଜାର ହିତାଧିକାରୀ ପ୍ରିକ୍‌ସନ୍‌ ଡୋଜ୍ ନେଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଦୈନିକ ୫୦୦ରୁ ୬୦୦ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ । ଆଗକୁ ସତର୍କ ହେବାକୁ ପଡ଼ିବ, ଏହି ସମୟରେ ବେଶୀ ବୁଲାବୁଲି ନକରିବା, ମାସ୍କ ପିନ୍ଧିବା ଓ କୋଭିଡ୍ ଗାଇଡଲାଇନ ମାନିବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । କଡା ଅନୁପାଳନ ହେଉନଥିବାରୁ ହାଟ ବଜାରରେ ଗହଳି ସହିତ ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯାତାୟାତ କରୁଛନ୍ତି । ଏମିତିକି ସରକାରୀ ସିଟି ବସ୍‌ରେ ବିନା ମାସ୍କରେ ଅସମ୍ଭବ ଧରଣର ଭିଡରେ ଲୋକେ ଯାଉଛନ୍ତି । ମାସ୍କ ପରିଧାନ ନକଲେ ୫୦୦ ଟଙ୍କା ଜରିମାନା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ । ଡାକ୍ତରଖାନାଗୁଡିକରେ ବି ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯିବାଆସିବା କରୁଛନ୍ତି । କୋର୍ଟ କଚେରୀରେ ବି ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି । ଅଗଷ୍ଟ ଶେଷ ପର୍ଯ୍ୟନ୍ତ କରୋନା ଚତୁର୍ଥ ଲହର ରହିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେଣୁ ଆଗାମୀ ଦେଢ଼ ମାସ ଓଡ଼ିଶା ତଥା ଭାରତ ପାଇଁ କରୋନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲା ରହିଥିବା ବେଳେ ସେଠାରେ କରୋନା କଟକଣାର ଖୋଲା ଉଲ୍ଲଂଘନ ହେଉଥିବା ଦୃଷ୍ଟିରୁ ପୁଣି କରୋନା କାୟା ବିସ୍ତାର କରିପାରେ । ଅତୀତରେ ଯେଉଁମାନେ କରୋନାରୁ ମୁକ୍ତ ହୋଇଛନ୍ତି ସେମାନଙ୍କୁ ବି ପୁନର୍ବାର କରୋନା ହେବା ଆଶଙ୍କା ରହିଛି । କେବଳ ସେତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ଭବିଷ୍ୟତରେ ସେମାନେ କୋଭିଡରେ କଲବଲ ହେବା ଆଶଙ୍କା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି ଏବଂ ଏହାକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅନ୍ୟପକ୍ଷରେ ପୁଣି ଦେଶରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଦୀର୍ଘ ୧୪୫ ଦିନ ପରେ ପୁଣି ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି । ୨୪ ଘଣ୍ଟାରେ ଆଉ ୨୦ ହଜାର ୧୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୮୯,୯୮୯କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି । ମୃତ୍ୟୁହାର ୧.୨୦% । ସେହିପରି ଦିନକରେ ଆଉ ୧୬,୪୮୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୦,୨୮,୩୫୬ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ହାର ୯୮.୪୯% । ଆଉ ୧,୩୬,୦୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୦.୩୧% । ଦିନକ ଆଗରୁ ଆଉ ୩,୯୪,୭୭୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ୮୬,୮୧,୬୪,୩୪୮ ନମୁନା ପରୀକ୍ଷା କରାଯାଇଛି । ୨୪ ଘଣ୍ଟା ପୂର୍ବରୁ ୧୩,୪୪,୭୧୪ ଟିକା ନେଇଥିବା ବେଳେ ମୋଟ ୧,୯୯,୨୭,୨୭,୫୫୯ ଟିକା ନେଇଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ୨,୬୩,୪୮୩ ଟିକାକରଣ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଦେନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି । ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ଡୋଜ୍ ଦିଆଯିବ । ଆଗକୁ ସତର୍କ ହେବାକୁ ପଡ଼ିବ, ଏହି ସମୟରେ ବେଶୀ ବୁଲାବୁଲି ନକରିବା, ମାସ୍କ ପିନ୍ଧିବା ଓ କୋଭିଡ୍ ଗାଇଡଲାଇନ ମାନିବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । କଡା ଅନୁପାଳନ ହେଉନଥିବାରୁ ହାଟ ବଜାରରେ ଗହଳି ସହିତ ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯାତାୟାତ କରୁଛନ୍ତି । ଏମିତିକି ସରକାରୀ ସିଟି ବସ୍‌ରେ ବିନା ମାସ୍କରେ ଅସମ୍ଭବ ଧରଣର ଭିଡରେ ଲୋକେ ଯାଉଛନ୍ତି । ମାସ୍କ ପରିଧାନ ନକଲେ ୫୦୦ ଟଙ୍କା ଜରିମାନା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ । ଡାକ୍ତରଖାନାଗୁଡିକରେ ବି ସଂଖ୍ୟାଧିକ ଲୋକ ବିନା ମାସ୍କରେ ଯିବାଆସିବା କରୁଛନ୍ତି । କୋର୍ଟ କଚେରୀରେ ବି ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି । ଅଗଷ୍ଟ ଶେଷ ପର୍ଯ୍ୟନ୍ତ କରୋନା ଚତୁର୍ଥ ଲହର ରହିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେଣୁ ଆଗାମୀ ଦେଢ଼ ମାସ ଓଡ଼ିଶା ତଥା ଭାରତ ପାଇଁ କରୋନା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲା ରହିଥିବା ବେଳେ ସେଠାରେ କରୋନା କଟକଣାର ଖୋଲା ଉଲ୍ଲଂଘନ ହେଉଥିବା ଦୃଷ୍ଟିରୁ ପୁଣି କରୋନା କାୟା ବିସ୍ତାରକରିପାରେ । ଅତୀତରେ ଯେଉଁମାନେ କରୋନାରୁ ମୁକ୍ତ ହୋଇଛନ୍ତି ସେମାନଙ୍କୁ ବି ପୁନର୍ବାର କରୋନା ହେବା ଆଶଙ୍କା ରହିଛି । କେବଳ ସେତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ଭବିଷ୍ୟତରେ ସେମାନେ କୋଭିଡରେ କଲବଲ ହେବା ଆଶଙ୍କା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଆଗାମୀ ଦିନରେ ଅଧିକ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇପାରନ୍ତି ଏବଂ ଏହାକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅନ୍ୟପକ୍ଷରେ ପୁଣି ଦେଶରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଦୀର୍ଘ ୧୪୫ ଦିନ ପରେ ପୁଣି ସଂକ୍ରମଣ ୨୦ ହଜାର ଅତିକ୍ରମ କରିଛି । ୨୪ ଘଣ୍ଟାରେ ଆଉ ୨୦ ହଜାର ୧୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୬,୮୯,୯୮୯କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି । ମୃତ୍ୟୁହାର ୧.୨୦% । ସେହିପରି ଦିନକରେ ଆଉ ୧୬,୪୮୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୦,୨୮,୩୫୬ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ହାର ୯୮.୪୯% । ଆଉ ୧,୩୬,୦୭୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୦.୩୧% । ଦିନକ ଆଗରୁ ଆଉ ୩,୯୪,୭୭୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ୮୬,୮୧,୬୪,୩୪୮ ନମୁନା ପରୀକ୍ଷା କରାଯାଇଛି । ୨୪ ଘଣ୍ଟା ପୂର୍ବରୁ ୧୩,୪୪,୭୧୪ ଟିକା ନେଇଥିବା ବେଳେ ମୋଟ ୧,୯୯,୨୭,୨୭,୫୫୯ ଟିକା ନେଇଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ୨,୬୩,୪୮୩ ଟିକାକରଣ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଦେନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି । ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୭୧ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ-କିଶୋର ଥିବା ଜଣାଯାଇଛି । ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ, ବରଗଡ଼ ଜିଲ୍ଲାରୁ ୧ ଜଣ, ଭଦ୍ରକରୁ ୯ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୧୧୯ ଜଣ, ଗଜପତିରୁ ୫ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୧୯ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦୁଝରରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୭, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୩୦ ଜଣ, ସୋନପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ ଓ ଷ୍ଟେଟପୁଲରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୬, ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨,୮୨, ୬୯୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪୨୬୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.