ଶେଷରେ ହଟିଲେ ଲଙ୍କାଧିପତି

0 75

କଲମ୍ବୋ, ୧୪ା୭: ଶ୍ରୀଲଙ୍କାରେ କ୍ଷମତା ଓ ଜନତାଙ୍କ ମଧ୍ୟରେ ଆରପାର୍ ଲଢ଼େଇ । ଲୋକଙ୍କ ଜୋରଦାର ଆନ୍ଦୋଳନ ପରେ ଆଜି ଶେଷରେ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା । ଗୋଟାବାୟାଙ୍କ ଇସ୍ତଫା ପରେ ଆନ୍ଦୋଳନକାରୀ ନାଚିକୁଦି ଓ ବାଣ ଫୁଟାଇ ଖୁସି ମନାଇଛନ୍ତି । ପଶ୍ଚିମ ଶ୍ରୀଲଙ୍କାରୁ କର୍ଫ୍ୟୁକୁ ମଧ୍ୟ ହଟାଇ ଦିଆଯାଇଛି । ଗୋଟାବାୟାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଛନ୍ତି ବାଚସ୍ପତି ଆବେବର୍ଦ୍ଧନେ । ଆଜି ବାଚସ୍ପତି, ବିରୋଧୀ ଦଳ ନେତା ଏବଂ ତିନି ସେନା ସହିତ ବୈଠକ କରି ସ୍ଥିତିର ସମୀକ୍ଷା କରିଥିଲେ । ଆସନ୍ତା ୨୦ରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ଶ୍ରୀଲଙ୍କା ସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଥିବା ବେଳେ ଚୀନ୍‌ର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଦେଖା ଦେଇଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିକ୍ଷୋଭକାରୀ ।

Leave A Reply

Your email address will not be published.