ପୁଣି ହସାଇବେ କମେଡି କିଙ୍ଗ୍ କପିଲ ଶର୍ମା

0 47

ମୁମ୍ବାଇ, ୧୪ା୭: ଖୁବଶୀଘ୍ର କମବ୍ୟାକ୍ କରିବେ କମେଡି କିଙ୍ଗ କପିଲ ଶର୍ମା । ପୁଣି ଲାଗିବ କମେଡିକର ତଡକା । ହସି ହସି ବେଦମ୍ ହୋଇଯିବେ ଦର୍ଶକ । ଖୁବ୍‌ଶୀଘ୍ର ଛୋଟ ପରଦାକୁ ଫେରିବ ଲୋକପ୍ରିୟ କମେଡି ଶୋ\’କପିଲ ଶର୍ମା ଶୋ’ ହେଉଛି ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ପ୍ରିୟ ଶୋ’ । କିନ୍ତୁ କିଛି ଦିନ ପୂର୍ବରୁ ଏହି ଶୋ\’ ଅଫ୍‌ ଏୟାର ହୋଇଯାଇଥିଲା । କାରଣ କପିଲଙ୍କୁ ତାଙ୍କ ଟିମ୍ ସହ ଶୋ\’ କରିବା ପାଇଁ ଆମେରିକା ଓ କାନାଡା ଗସ୍ତରେ ଯିବାର ଥିଲା । ଏଥିପାଇଁ \”ଦ କପିଲ ଶର୍ମା ଶୋ\’କୁ ଅଫ୍ ଏୟାର କରିବାକୁ ପଡ଼ିଥିଲା । ଏବେ କପିଲ ଶର୍ମା ପୁଣି ଥରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଟେଲିଭିଜନ ପରଦାକୁ କମ୍‌ବ୍ୟାକ୍ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଟେଲି ଚକ୍କରର ରିପୋର୍ଟ ମୁତାବକ, ଆସନ୍ତା କିଛି ମାସ ମଧ୍ୟରେ ପୁଣି ଥରେ କପିଲ ଶର୍ମା ଶୋ\’ ଟିଭି ପରଦାକୁ ଫେରିବ । ତେବେ କେବେ ଏହି ଶୋ\’ ପୁଣିଥରେ ଅନ୍ ଏୟାର ହେବ ସେ ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ । କିନ୍ତୁ କୁହାଯାଉଛି ଯେ, ସେପ୍ଟେମ୍ବର ମାସରେ କପିଲ ଶର୍ମା ଆପଣଙ୍କ ଟିଭି ପରଦାରେ ନଜର ଆସିପାରନ୍ତି । ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କପିଲ ଶର୍ମା ଶୋ\’ର ନୂଆ ସିଜନରେ ଫ୍ୟାନ୍‌ମାନଙ୍କୁ ନୂଆ ଚେହେରା ଦେଖିବାକୁ ମିଳିପାରେ । କିଛି ନୂଆ ଲୋକ କପିଲଙ୍କ ଟିମରେ ସାମିଲ ହୋଇପାରନ୍ତି । ତେବେ ଏହି ନୂଆ ସିଜିନ୍‌ରେ ଫ୍ୟାନ୍‌ମାନଙ୍କ କ\’ଣ ଦେଖିବାକୁ ମିଳୁଛି ଆଉ ଏହା କେତେ ଲୋକଙ୍କୁ ହସାଇପାରୁଛି ତାହା ଦେଖିବା ବାକି ରହିଲା ।

Leave A Reply

Your email address will not be published.