ଡିଜିଟାଲ ମିଡିଆ ଉପରେ ଲାଗିବ ଅଙ୍କୁଶ

Newspapers and Laptop. Different Concepts for News - Social Network or Traditional Tabloid Journals. Data Sources - Electronic Screen of Computer or Paper Pages of Magazines, Internet or Papers
0 64

ନୂଆଦିଲ୍ଲୀ, ୧୫ା୭: ଆଇନ ଅନ୍ତର୍ଭୁକ୍ତ ହେବ ୱେବ ମିଡିଆ । ଆଇନ ଉଲ୍ଲଂଘନ କ୍ଷେତ୍ରରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରେଜିଷ୍ଟ୍ରେସନ ରଦ୍ଦ ହେବା ସହ ଜରିମାନା ଆଦାୟର ବ୍ୟବସ୍ଥା ମଧ୍ୟ ରହିଛି । ମିଡିଆ ପଞ୍ଜିକରଣ ଆଇନରେ ପ୍ରଥମ ଥର ଲାଗି ୱେବ ମିଡିଆକୁ ସାମିଲ କରାଯିବ । ପୂର୍ବରୁ ଡିଜିଟାଲ ମିଡିଆ ପାଇଁ ଭାରତ ସରକାର କିଛି ନିୟାମକ ଲାଗୁ କରି ନଥିବା ବେଳେ ପ୍ରଥମ ଥର ଲାଗି ଏହା ଆଇନ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ପ୍ରେସ ଆଣ୍ଡ ପିରିଓଡ଼ିକାଲ ବିଲ୍ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କୌଣସି ଇଲେକ୍ଟୋନିକ୍ସ ଉପକରଣ ମାଧ୍ୟମରେ ଖବର ପରିବେଷଣ କରୁଥିବା ମିଡିଆକୁ ଏହି ସଂଶୋଧିତ ଆଇନ ଅନ୍ତର୍ଭୁକ୍ତ କରାଯିବ । ଏହି ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ ଡିଜିଟାଲ ମିଡିଆ ପବ୍ଲିସରଙ୍କୁ ପ୍ରେସ ରେଜିଷ୍ଟ୍ରାର ଜେନେରାଲରେ ରେଜିଷ୍ଟ୍ରେସନ କରିବାକୁ ହେବ । ଯାହା ଫଳରେ ଆଇନ ଉଲ୍ଲଂଘନ କ୍ଷେତ୍ରରେ ସେହି ଡିଜିଟାଲ ପବ୍ଲିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ସଂସଦର ମୌସୁମୀ ଅଧିବେଶନରେ ଏ ନେଇ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ଆଇନକୁ ଅନୁମୋଦନ ମିଳିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.